ମୁମ୍ୱାଇ: ଜୟପୁରର ଦୈସାରେ ନିକଟରେ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ। ଆଉ ଏହି ଦୁର୍ଘଟଣା ପାଇଁ ସେ ମୃତ ଶିଶୁର ବାପାଙ୍କୁ ଦାୟୀ କରିଛନ୍ତି। ଟ୍ୱିଟ୍ କରି ସେ ଏହି କଥା କହିଛନ୍ତି।
ହେମାମାଳିନୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଏକ ୨ ବର୍ଷର ଝିଅର ମୃତ୍ୟୁ ଘଟିଥିବାରୁ ସେ ଦୁଃଖିତ। ତେବେ ଏହି ଦୁର୍ଘଟଣା ପାଇଁ ଶିଶୁଟିର ବାପା ହିଁ ଦାୟୀ। ସେ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇଥିଲେ ଏହି ଦୁର୍ଘଟଣା ଘଟିନଥାଆନ୍ତା। ଏହା ସହିତ ସେ ମୃତ ଶିଶୁ କନ୍ୟାର ଭାଇ ଶୀଘ୍ର ଭଲ ହୋଇଯିବ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ସୂଚଚନାଯୋଗ୍ୟ, ଏହି ଦୁର୍ଘଟଣାରେ ହେମାମଳାନୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଜୟପୁରରେ ଚିକିତ୍ସିତ ହେବା ପରେ ସେ ମୁମ୍ବାଇ ଫେରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।
Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
National
ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ବହୁ ଶ୍ରମିକ
ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
National
ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ
ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା।