ଯୋଗରେ ବିଶ୍ୱ ରେକର୍ଡ: ଜାଣନ୍ତୁ ରାମଦେବଙ୍କ ସହ କେତେ ଲୋକ କଲେ ଯୋଗାଭ୍ୟାସ

ଡେରାଡୁନ: ଆଜି ଚତୁର୍ଥ ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ଡେରାଡୁନ୍‌ରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୫୫ ହଜାର ଲୋକଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଅଭ୍ୟାସ କରିଛନ୍ତି। କୋଟାରେ ଆୟୋଜିତ କାର୍ଯ୍ୟକ୍ରମରେ ୨ ଲକ୍ଷ ଲୋକଙ୍କ ସହ ବାବା ରାମଦେବ ଯୋଗ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଯୋଗାଭ୍ୟାସ ସମୟରେ ପ୍ରତ୍ୟେକ ବ୍ୟକ୍ତି ଏକ ଘଣ୍ଟା ୩ ମିନିଟ୍‌ ପର୍ଯ୍ୟନ୍ତ […]

ramdev

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 09:28 AM IST

ଡେରାଡୁନ: ଆଜି ଚତୁର୍ଥ ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ଡେରାଡୁନ୍‌ରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୫୫ ହଜାର ଲୋକଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଅଭ୍ୟାସ କରିଛନ୍ତି। କୋଟାରେ ଆୟୋଜିତ କାର୍ଯ୍ୟକ୍ରମରେ ୨ ଲକ୍ଷ ଲୋକଙ୍କ ସହ ବାବା ରାମଦେବ ଯୋଗ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ଯୋଗାଭ୍ୟାସ ସମୟରେ ପ୍ରତ୍ୟେକ ବ୍ୟକ୍ତି ଏକ ଘଣ୍ଟା ୩ ମିନିଟ୍‌ ପର୍ଯ୍ୟନ୍ତ ଶୀର୍ଷାସନ କରିଥିଲେ। ଏହାସହ ଜଣେ ବ୍ୟକ୍ତି ଅଢେଇ ହଜାର ପୁଶଅପ୍‌ କରିଥିଲେ। ପୂର୍ବରୁ ଯୋଗରେ ରେକର୍ଡ ଏକ ଘଣ୍ଟାର ଥିଲା।

କୋଟାରେ ରାମଦେବଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଯୋଗ କରିଥିଲେ।

ସେହିପରି ମୋଦିଙ୍କ ସହ ମଞ୍ଚରେ ଉତ୍ତରାଖଣ୍ଡ ରାଜ୍ୟପାଳ ଡକ୍ତର କେକେ ପାଲ, ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ, କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଏବଂ ଉତ୍ତରାଖଣ୍ଡ ଆୟୁଷ ମନ୍ତ୍ରୀ ହରକ ସିଂହ ଯୋଗ କରିଥିଲେ।

Related story