ଏଣିକି ଟିକେଟ କରି ୱେଟିଂ ଲିଷ୍ଟରେ ଥିଲେ ଆପଣ ରେଳ ଯାତ୍ରା କରିପାରିବେ, ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଇ-ଟିକେଟ କରି  ୱେଟିଂ ଲିଷ୍ଟରେ ରହିଲେ ମଧ୍ୟ ଆପଣ ଯାତ୍ରା କରିପାରିବେ। ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଯଦି କୌଣସି ଯାତ୍ରୀ ଇ-ଟିକେଟ କରିଥିବେ କିମ୍ବା ତାଙ୍କ ନାମ ୱେଟିଂ ଲିଷ୍ଟରେ ଥିବ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରେଳ ଯାତ୍ରା ପାଇଁ ସୁଯୋଗ ମିଳିବ। ତେବେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟ ଉପରେ ରେଲୱେ ପକ୍ଷରୁ କୌଣସି ପ୍ରତିକ୍ରୀୟା ଦିଆଯାଇ ନାହିଁ। ତେବେ ଏହା ପୂର୍ବରୁ […]

indian-railway-1

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 12:24 PM IST

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଇ-ଟିକେଟ କରି  ୱେଟିଂ ଲିଷ୍ଟରେ ରହିଲେ ମଧ୍ୟ ଆପଣ ଯାତ୍ରା କରିପାରିବେ। ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଯଦି କୌଣସି ଯାତ୍ରୀ ଇ-ଟିକେଟ କରିଥିବେ କିମ୍ବା ତାଙ୍କ ନାମ ୱେଟିଂ ଲିଷ୍ଟରେ ଥିବ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରେଳ ଯାତ୍ରା ପାଇଁ ସୁଯୋଗ ମିଳିବ। ତେବେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟ ଉପରେ ରେଲୱେ ପକ୍ଷରୁ କୌଣସି ପ୍ରତିକ୍ରୀୟା ଦିଆଯାଇ ନାହିଁ।

ତେବେ ଏହା ପୂର୍ବରୁ ୨୦୧୪ରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଏକ ଆବେଦନର ବିଚାର କରି କୋର୍ଟ କହିଥିଲେ ଯେ, କାଉଣ୍ଟର ଟିକେଟ ଭଳି ୱେଟିଂ ଲିଷ୍ଟରେ ଥିବା ଇ-ଟିକେଟ ଗ୍ରାହକଙ୍କ ଟିକଟ କ୍ୟାନ୍ସଲ ହେବା ଉଚିତ୍‌ ନୁହଁ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ରେଲୱେ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ,  ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏନେଇ ସୁପ୍ରିମକୋର୍ଟ ଭାରତୀୟ ରେଲୱେକୁ ଏକ  ନିର୍ଦ୍ଦେଶନାମା ଜାରି କରିଛନ୍ତି। କହିଛନ୍ତି ଏ ସମ୍ପର୍କରେ  ତୁରନ୍ତ ଏକ ସ୍କିମ ଲାଗୁ କରାଯାଉ। ଯେଉଁ ବ୍ୟବସ୍ଥାରେ ଇ-ଟିକେଟ କରି ୱେଟିଂରେ ରହୁଥିବା ଯାତ୍ରୀମାନେ ରେଳ ଯାତ୍ରା କରିପାରିବେ।

Related story