ପୂର୍ବରୁ ବିଶ୍ୱ 'କାହିଁକି ଭାରତ' କହୁଥିଲା ଏବେ 'କାହିଁକି ନୁହେଁ ଭାରତ' କହୁଛି: ମୋଦି

ନୂଆଦିଲ୍ଲୀ: ନ୍ୟୁ ଇଣ୍ଡିଆ (ନୂଆ ଭାରତ) ନିଜର ଶକ୍ତି ଉପରେ ନିର୍ଭର କରେ। ନିଜର ଉତ୍ସକୁ ଆଧାର କରି ଆତ୍ମନିର୍ଭରଶୀଳ ଆଡ଼କୁ ଅଗ୍ରସର ହେଉଛି ଭାରତ। ଏହାର ଲକ୍ଷ୍ୟ ହାସଲ କରିବା ପାଇଁ ଉତ୍ପାଦନ (Manufacturing) ଉପରେ ଧ୍ୟାନ ଦେବାକୁ ହେବ। କିଭଳି ଉତ୍ପାଦନ ଅଧିକ ହେବ ସେ ଦିଗରେ ସରକାର ନିରନ୍ତର  ପ୍ରୟାସ କରୁଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ASSOCHAM (ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଅଫ୍ ଇଣ୍ଡିଆ) ଫାଉଣ୍ଡେସନ୍ ସପ୍ତାହ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

PM-MODI

Subhransu Sekhar
  • Published: Saturday, 19 December 2020
  • , Updated: 19 December 2020, 12:33 PM IST

ନୂଆଦିଲ୍ଲୀ: ନ୍ୟୁ ଇଣ୍ଡିଆ (ନୂଆ ଭାରତ) ନିଜର ଶକ୍ତି ଉପରେ ନିର୍ଭର କରେ। ନିଜର ଉତ୍ସକୁ ଆଧାର କରି ଆତ୍ମନିର୍ଭରଶୀଳ ଆଡ଼କୁ ଅଗ୍ରସର ହେଉଛି ଭାରତ। ଏହାର ଲକ୍ଷ୍ୟ ହାସଲ କରିବା ପାଇଁ ଉତ୍ପାଦନ (Manufacturing) ଉପରେ ଧ୍ୟାନ ଦେବାକୁ ହେବ। କିଭଳି ଉତ୍ପାଦନ ଅଧିକ ହେବ ସେ ଦିଗରେ ସରକାର ନିରନ୍ତର  ପ୍ରୟାସ କରୁଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ASSOCHAM (ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଅଫ୍ ଇଣ୍ଡିଆ) ଫାଉଣ୍ଡେସନ୍ ସପ୍ତାହ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି।

https://twitter.com/ASSOCHAM4India/status/1340159723811733505?s=20

ଦେଶ ଏବେ ବିଶ୍ୱରେ ଚତୁର୍ଥ ଶିଳ୍ପ ବିପ୍ଳବ ଆଡକୁ ଦ୍ରୁତ ଗତିରେ ଯାଉଛି। ତେଣୁ ଏବେ ସମୟ ଆସିଛି ଆବଶ୍ୟକ ଯୋଜନା ଏବଂ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଦେଶ ନିର୍ମାଣରେ ଏହା ବଡ଼ ଲକ୍ଷ୍ୟକୁ ଛୁଇଁବାରେ ସହାୟକ ହେବ। ପ୍ରତିବର୍ଷ ନୂଆ ନୂଆ ଲକ୍ଷ୍ୟ ପୂରଣ କରିବାକୁ ହେବ। କାମ କରିବା ବେଳେ ଅନେକ ସମସ୍ୟା ବି ଆସିବ ସମାଧାନ ବି ହେବ। ତେଣୁ ଅସୁବିଧାକୁ ନଜରରେ ରଖି ପଛଘୁଞ୍ଚା ଦେବା ଠିକ୍ ନୁହେଁ। କରୋନା ବେଳେ ଦେଶ ଯେଉଁ ଭଳି ଭାବରେ ଉତ୍ପାଦନ କ୍ଷେତ୍ରରେ ଆଗକୁ ବଢ଼ୁଛି। ଏବେ ଯେମିତି ଭାରତକୁ ଏ ନେଇ ପ୍ରଶଂସା କରାଯାଉଛି ପୂର୍ବରୁ କେବେ ପ୍ରଶଂସା କରାଯାଉନଥିଲା । ଏହା ୧୩୦ କୋଟି ଲୋକଙ୍କ ଆତ୍ମବିଶ୍ୱାସ ପାଇଁ ସଫଳ ହୋଇଛି ବୋଲି ମୋଦି କହିଛନ୍ତି।

ପୂର୍ବରୁ ନିବେଶ କରିବା ବେଳେ ଭାରତ କାହିଁକି? ବୋଲି ପ୍ରଶ୍ନ କରାଯାଉଥିଲା ଏବେ କିନ୍ତୁ ସମୟ ବଦଳିଛି 'ଭାରତ କାହିଁକି ନୁହେଁ' ବୋଲି କୁହାଯାଉଛି। ଅଟଳ ବିହାରୀ ବାଜପେୟୀ ଦେଶର ଜାତୀୟ ରାଜପଥକୁ ଯୋଡ଼ିବାକୁ ସ୍ୱପ୍ନ ଦେଖିଥିଲେ। ଏବେ ଆମେ ଦେଶରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଉପରେ ଧ୍ୟାନ ଦେବା ଦରକାର। ସେହିପରି ପୁଞ୍ଜି ବିନିଯୋଗର ବାଦ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଉପରେ ଆଲୋଚନା ହେବା ଦରକାର। ଭାରତରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ବଢ଼ିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Related story