ନେପାଳରେ ଭୂକମ୍ପ

କାଠମାଣ୍ଡୁ: ନେପାଳରେ ଆଜି ଭୋର୍‌ରୁ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁଯାୟୀ ଭୂମିକମ୍ପ ସକାଳ ୫ଟା ବାଜି ୫ମିନିଟ୍‌ରେ ୧୦ କିମି. ଗଭୀରତା ପର୍ଯ୍ୟନ୍ତ ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ୧୫୦ କି.ମି. ପୂର୍ବ ଏଭରେଷ୍ଟ କ୍ଷେତ୍ର ନିକଟସ୍ଥ ସୋଲୁଖୁମ୍ବୁ ଜିଲ୍ଲାରେ ଅନୁଭୂତ ହୋଇଥିଲା। ମିଳିଥିବା ଖବର ଅନୁଯାୟୀ ଏହି ଭୂକମ୍ପ ଅଦ୍ୟାବଧି କୌଣସି କ୍ଷୟ କ୍ଷତି ହୋଇ […]

kathmandu-day

Rakesh Mallick
  • Published: Monday, 28 November 2016
  • , Updated: 04 May 2017, 03:44 PM IST

କାଠମାଣ୍ଡୁ: ନେପାଳରେ ଆଜି ଭୋର୍‌ରୁ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁଯାୟୀ ଭୂମିକମ୍ପ ସକାଳ ୫ଟା ବାଜି ୫ମିନିଟ୍‌ରେ ୧୦ କିମି. ଗଭୀରତା ପର୍ଯ୍ୟନ୍ତ ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ୧୫୦ କି.ମି. ପୂର୍ବ ଏଭରେଷ୍ଟ କ୍ଷେତ୍ର ନିକଟସ୍ଥ ସୋଲୁଖୁମ୍ବୁ ଜିଲ୍ଲାରେ ଅନୁଭୂତ ହୋଇଥିଲା।

ମିଳିଥିବା ଖବର ଅନୁଯାୟୀ ଏହି ଭୂକମ୍ପ ଅଦ୍ୟାବଧି କୌଣସି କ୍ଷୟ କ୍ଷତି ହୋଇ ନାହିଁ। କାଠମାଣ୍ଡୁ ଏବଂ ମଧ୍ୟ ପୂର୍ବ ନେପାଳର ଅନ୍ୟ ଦିଗରେ ମଧ୍ୟ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି।

୨୦୧୫ ଏପ୍ରିଲରୁ ନେପାଳରେ ଏବେ ପର୍ଯ୍ୟନ୍ତ ୪୭୫ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି।

Related story