ଭୟଙ୍କର ଭୂକମ୍ପ : ମଶାଣି ପାଲଟିଲା ମେକ୍ସିକୋ

ନୂଆଦିଲ୍ଲୀ:ମେକ୍ସିକୋ ଭୟଙ୍କର ଭୂମିକମ୍ପ । ଏହି ଭୂମିକମ୍ପରେ ପ୍ରାୟ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି।  ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ।  କୋଠାଗୁଡ଼ିକର ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି ।  ମେକ୍ସିକୋର ଏହି ଦୁର୍ଦ୍ଦିନରେ ଅନ୍ତର୍ଜାତୀୟ ସମୁଦାୟ ସହଯୋଗର ହାତ ବଢ଼ାଇଛନ୍ତି। ଭୂମିକମ୍ପ  ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧। ଏହି ଭୟଙ୍କର ଭୂମିକମ୍ପ ଯୋଗୁଁ ଧ୍ୱଂସସ୍ତୁପରେ ପରିଣତ ହୋଇଛି କେତେକ ଅଞ୍ଚଳ। ଭୁଶୁଡ଼ି ପଡ଼ିଛି […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 09:27 PM IST

ନୂଆଦିଲ୍ଲୀ:ମେକ୍ସିକୋ ଭୟଙ୍କର ଭୂମିକମ୍ପ । ଏହି ଭୂମିକମ୍ପରେ ପ୍ରାୟ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି।  ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ।  କୋଠାଗୁଡ଼ିକର ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି ।  ମେକ୍ସିକୋର ଏହି ଦୁର୍ଦ୍ଦିନରେ ଅନ୍ତର୍ଜାତୀୟ ସମୁଦାୟ ସହଯୋଗର ହାତ ବଢ଼ାଇଛନ୍ତି। ଭୂମିକମ୍ପ  ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧। ଏହି ଭୟଙ୍କର ଭୂମିକମ୍ପ ଯୋଗୁଁ ଧ୍ୱଂସସ୍ତୁପରେ ପରିଣତ ହୋଇଛି କେତେକ ଅଞ୍ଚଳ। ଭୁଶୁଡ଼ି ପଡ଼ିଛି ବଡ଼ ବଡ଼ କୋଠା।   ବହୁତଳ ବିଶିଷ୍ଟ ଅଟ୍ଟାଳିକା ମଧ୍ୟ ମାଟିରେ ମିଶି ଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ଲଗା ଯାଇଛି ।

ରାଷ୍ଟ୍ରପତି ଏନ୍ରିକ୍ ନିଓତୋ ନିଜେ ଉଦ୍ଧାର କାମର ତଦାରଖ କରୁଛନ୍ତି ।  ମେକ୍ସିକୋ ସିଟିରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ପୁରାପୁରି ମାଟିରେ ମିଶି ଯାଇଛି। ସ୍କୁଲଟି ତିନି ମହଲା ବିଶିଷ୍ଟ ଥିଲା  ଧ୍ୱଂସାବଶେଷ ତଳୁ ଉଦ୍ଧାର ହୋଇଛି ୨୦ରୁ ଅଧିକ ସ୍କୁଲ ପିଲାଙ୍କ ମୃତ ଦେହ।   ୫ରୁ ଅଧିକ ଶିକ୍ଷକଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି।  ଆହୁରି କେତେକ ସ୍କୁଲ ପିଲା ଧ୍ୱଂସାବଶେଷରେ ଫସି ରହିଛନ୍ତି।   ଏପର୍ଯ୍ୟନ୍ତ ୩୦ ଶିଶୁ ଓ  ୮ ଜଣ ଶିକ୍ଷକ ନିଖୋଜ ଅଛନ୍ତି। ଅନେକ ଘର ଅଧା ଭଙ୍ଗା ଅବସ୍ଥାରେ ରହିଛି  କେତେବେଳେ ପୁରା ଭୁଶୁଡ଼ି ପଡ଼ିବ, କହିହେବ ନାହିଁ।

ତେଣୁ ଲୋକେ ଡରରେ ଘର ଭିତରକୁ ଯାଉନାହାନ୍ତି ।  ଖୋଲା ସ୍ଥାନରେ ଆଶ୍ରୟ ନେଇଛନ୍ତି।  ବର୍ତ୍ତମାନ ମେକ୍ସିକୋ ସରକାରଙ୍କ ବଡ଼ ଚ୍ୟାଲେଞ୍ଜ ହେଲା, ଉଦ୍ଧାର କାମ ଶୀଘ୍ର ଶେଷ କରିବା ଏବଂ ପ୍ରଭାବିତଙ୍କୁ ଥଇଥାନ କରିବା।    ପ୍ରଭାବିତଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି  । ଏହି ଭୂମିକମ୍ପ ଯୋଗୁଁ ସାଢ଼େ ୪ କୋଟି ଲୋକ ଅନ୍ଧାରରେ ଅଛନ୍ତି ।  ବିଡ଼ମ୍ବନାର କଥା ହେଉଛି ୧୯୮୫ ସେପ୍ଟେମ୍ବର ୧୯ ତାରିଖରେ ମେକ୍ସିକୋରେ ହୋଇଥିଲା ଏକ ବଡ଼ ଭୂମିକମ୍ପ।   ରିକ୍ଟର୍ ସ୍କେଲରେ ତାର ତୀବ୍ରତା ଥିଲା ୮ ।  ଏହି ଭୂମିକମ୍ପରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା  ।

Related story