ସକାଳୁ ସକାଳୁ ରାଜଧାନୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଜି ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀର ନାଙ୍ଗଲୋଇ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭୋର ୫.୦୨ ମିନିଟ୍‌ରେ ଏହି ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୨.୩ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ ଲୋକମାନେ ଶୋଇଥିବା ବେଳେ ଝଟକା ଅନୁଭୂତ ହୋଇଥିବାରୁ ସମସ୍ତେ ଟିକିଏ ଆତଙ୍କିତ ହୋଇପଡ଼ିଥିବା ଖବର ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ସପ୍ତାହରେ […]

es

Hemant Lenka
  • Published: Friday, 25 December 2020
  • , Updated: 25 December 2020, 08:39 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଜି ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀର ନାଙ୍ଗଲୋଇ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭୋର ୫.୦୨ ମିନିଟ୍‌ରେ ଏହି ଝଟକା ଅନୁଭୂତ ହୋଇଛି।
ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୨.୩ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ ଲୋକମାନେ ଶୋଇଥିବା ବେଳେ ଝଟକା ଅନୁଭୂତ ହୋଇଥିବାରୁ ସମସ୍ତେ ଟିକିଏ ଆତଙ୍କିତ ହୋଇପଡ଼ିଥିବା ଖବର ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଡିସେମ୍ବର ୧୭ରେ ଦିଲ୍ଲୀ-ଏନସିଆର୍‌ରେ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୨ ରହିଥିଲା। ଏହି ସମୟରେ ବି କୌଣସି କ୍ଷୟକ୍ଷତି ଘଟି ନଥିଲା।

Related story