ଇରାନ-ଇରାକ ସୀମାରେ ଭୂକମ୍ପ: ୧୪୦ରୁ ଅଧିକ ମୃତ, ୮୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇରାନ ଓ ଇରାକ ସୀମାରେ ରବିବାର ରାତି ପ୍ରାୟ ୯ଟା ୨୦ ମିନିଟ୍‌ (ସ୍ଥାନୀୟ ସମୟ ଅନୁସାରେ)ରେ ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇଛନ୍ତି। ଧ୍ୱଂସସ୍ତୁପ ତଳେ ଆହୁରି ଅନେକ ଫସି ରହିଥିବା ଅନୁମାନ କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଆମେରିକାର ଭୂବୈଜ୍ଞାନିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି ଯେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୩ […]

earthquake

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 08:52 AM IST

ନୂଆଦିଲ୍ଲୀ: ଇରାନ ଓ ଇରାକ ସୀମାରେ ରବିବାର ରାତି ପ୍ରାୟ ୯ଟା ୨୦ ମିନିଟ୍‌ (ସ୍ଥାନୀୟ ସମୟ ଅନୁସାରେ)ରେ ବଡ଼ ଧରଣର ଭୂକମ୍ପ ହୋଇଛି। ଏଥିରେ ୧୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇଛନ୍ତି। ଧ୍ୱଂସସ୍ତୁପ ତଳେ ଆହୁରି ଅନେକ ଫସି ରହିଥିବା ଅନୁମାନ କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ଆମେରିକାର ଭୂବୈଜ୍ଞାନିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି ଯେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୩ ରହିଥିଲା। ଇରାକର ହଲବଜା ସହରଠାରୁ ୩୧ କିଲୋମିଟର ଦୂରରେ ରହିଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ।

ଏହି ଭୂକମ୍ପର ଝଟକା ଇରାନର ଅନେକ ସହରରେ ଅନୁଭୂତ ହୋଇଥିଲା। କେବଳ କର୍ମନଶାହ ପ୍ରଦେଶରେ ୧୨୯ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ଆଠଟି ଗାଁ ନଷ୍ଟ ହୋଇଯାଇଛି। ଭୂକମ୍ପ ଯୋଗୁଁ ସେଠାରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଛି।

ଇରାକରେ କ୍ଷୟକ୍ଷତି କମ୍ ହୋଇଛି। ସେଠାରେ ଚାରି ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ବୋଲି କୁହାଯାଇଛି।

ଇରାନରେ ନିକଟ ଭବିଷ୍ୟତରେ ଏହା ହେଉଛି ସବୁଠୁ ଭୟାନକ ଭୂକମ୍ପ। ଏହା ପୂର୍ବରୁ ୨୦୦୩ରେ ଦେଶର ଦକ୍ଷିଣ ପୂର୍ବ କର୍ମନ ପ୍ରଦେଶର ବାମ୍‌ରେ ଏଭଳି ଭୂକଂପ ହୋଇଥିଲା। ଏଥିରେ ୩୧,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପୂରା ସହର ଧ୍ୱଂସ ହୋଇଯାଇଥିଲା।

ଇସ୍ରାଏଲରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସେଠାକାର ଗଣମାଧ୍ୟମ ସୂଚନା ଦେଇଛି।

Related story