ମେକ୍ସିକୋରେ ଭୂକଂପ: ଭୁଶୁଡ଼ି ପଡ଼ିଛି ୪୫ରୁ ଅଧିକ କୋଠା, ୨୨୬ ମୃତ

ମେକ୍ସିକୋ ସିଟି: ମେକ୍ସିକୋରେ ମଙ୍ଗଳବାର ଦିନ ହୋଇଛି ଏହି ବଡ଼ ଧରଣର ଭୂକଂପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ରହିଥିଲା। ଏଥିରେ ୨୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କେବଳ ମେକ୍ସିକୋ ସିଟିରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋରେଲୋସ୍‌ରେ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟାନ୍ୟ ଅଞ୍ଚଳରେ ଅନ୍ୟମାନଙ୍କର ମୃତ୍ୟୁ ଘଟିଛି। ଭୂକଂପରେ ପ୍ରାୟ ୪୫ଟି କୋଠା ଭୁଶୁଡ଼ି ପଡ଼ିଛି। ଧ୍ୱସ୍ତବିଧ୍ୱସ୍ତ କୋଠାଗୁଡ଼ିକ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 11:57 AM IST

ମେକ୍ସିକୋ ସିଟି: ମେକ୍ସିକୋରେ ମଙ୍ଗଳବାର ଦିନ ହୋଇଛି ଏହି ବଡ଼ ଧରଣର ଭୂକଂପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ରହିଥିଲା। ଏଥିରେ ୨୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କେବଳ ମେକ୍ସିକୋ ସିଟିରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋରେଲୋସ୍‌ରେ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟାନ୍ୟ ଅଞ୍ଚଳରେ ଅନ୍ୟମାନଙ୍କର ମୃତ୍ୟୁ ଘଟିଛି।

ଭୂକଂପରେ ପ୍ରାୟ ୪୫ଟି କୋଠା ଭୁଶୁଡ଼ି ପଡ଼ିଛି। ଧ୍ୱସ୍ତବିଧ୍ୱସ୍ତ କୋଠାଗୁଡ଼ିକ ତଳେ ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଭୂକଂପ ପରେ ମେକ୍ସିକୋ ସିଟି ସ୍ଥିତି ବିମାନବନ୍ଦରରୁ ବିମାନ ଚଳାଚଳକୁ ସ୍ଥଗିତ କରି ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏହା ପୂର୍ବରୁ ଦୁଇ ସପ୍ତାହ ତଳେ ମେକ୍ସିକୋରେ ଏକ ବଡ଼ ଭୂକଂପ ହୋଇଥିଲା। ଏଥିରେ ୯୦ ଜଣ ଲୋକଙ୍କ ଜୀବନ ଯାଇଥିଲା।

୧୯୮୫ ମସିହା ସେପ୍ଟେମ୍ବର ୧୯ ତାରିଖରେ ମେକ୍ସିକୋରେ ପ୍ରଳୟଙ୍କାରୀ ଭୂକଂପ ହୋଇଥିଲା। ଗତକାଲି ଏହାର ୩୨ ବର୍ଷ ପୂର୍ତ୍ତି ଅବସରରେ ପୁଣି ଭୂକଂପ ହୋଇଛି। ଏହି ଭୂକଂପରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Related story