ଜାପାନରେ ଭୂମିକମ୍ପ, ୯ମୃତ, ୭୮୦ ଆହତ

ଟୋକିଓ: ଜାପାନ୍‌ର କୁମାମୋଟୋରେ ଗୁରୁବାର ବିଳମ୍ବିତ ରାତିରେ ୬.୫ ତୀବ୍ରତାର ଭୂମିକମ୍ପ ହେବାରୁ ୯ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୭୮୦ ଜଣ ଆହତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଭୂମିକମ୍ପରେ ମାଶାକିରେ ୮ ଜଣ ଓ କୁମାମୋଟୋରେ ଜଣେ ପ୍ରାଣ ହରାଇଛନ୍ତି। ଆହତଙ୍କ ମଧ୍ୟରୁ ୫୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଚିକିତ୍ସା କରାଯାଉଛି। ସରକାରଙ୍କ ପକ୍ଷରୁ ୩୯୯ଟି ଜରୁରୀକାଳୀନ ଆଶ୍ରୟସ୍ଥଳୀକୁ ୧୫,୨୦୦ ଲୋକଙ୍କୁ ସୁରକ୍ଷିତ ଭାବେ […]

9dead-in-earthquake

Rakesh Mallick
  • Published: Friday, 15 April 2016
  • , Updated: 04 May 2017, 03:44 PM IST

ଟୋକିଓ: ଜାପାନ୍‌ର କୁମାମୋଟୋରେ ଗୁରୁବାର ବିଳମ୍ବିତ ରାତିରେ ୬.୫ ତୀବ୍ରତାର ଭୂମିକମ୍ପ ହେବାରୁ ୯ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୭୮୦ ଜଣ ଆହତ ହୋଇଛନ୍ତି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଭୂମିକମ୍ପରେ ମାଶାକିରେ ୮ ଜଣ ଓ କୁମାମୋଟୋରେ ଜଣେ ପ୍ରାଣ ହରାଇଛନ୍ତି। ଆହତଙ୍କ ମଧ୍ୟରୁ ୫୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଚିକିତ୍ସା କରାଯାଉଛି।

ସରକାରଙ୍କ ପକ୍ଷରୁ ୩୯୯ଟି ଜରୁରୀକାଳୀନ ଆଶ୍ରୟସ୍ଥଳୀକୁ ୧୫,୨୦୦ ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି।

Related story