ଜୟଲଳିତା ଗୋଷ୍ଠୀ ନିରାଶ, ‘ପତ୍ର’ ପାଇଲା ମେଣ୍ଟ    

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏଣିକି ଇ.ପଲାନିସାମି ଏବଂ ଓ.ପିନିରସେଲଭମ୍‌ଙ୍କ ମେଣ୍ଟ ଦୁଇ ପତ୍ର ଚିହ୍ନକୁ ବ୍ୟବହାର କରିପାରିବେ। ଏହି ଚିହ୍ନ ଉପରେ ଉପରୋକ୍ତ ମେଣ୍ଟର କତୃତ୍ୱ ରହିବ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ। କମିଶନ ଏହି ମେଣ୍ଟକୁ ‘ଅସଲି ଏଆଇଏଡିଏମ୍‌କେ’ ବୋଲି କହିବା ସହ ଆଗାମୀ ନିର୍ବାଚନରେ ୨ ପତ୍ରର ଦଳୀୟ ଚିହ୍ନକୁ ଆଗାମୀ ନିର୍ବାଚନରେ ବ୍ୟବହାର କରିପାରିବ ବୋଲି କହିଛନ୍ତି । ଏହି ନିଷ୍ପତ୍ତି ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଭି.କେ. ଶଶିକଳା […]

aiadmk

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 05:13 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏଣିକି ଇ.ପଲାନିସାମି ଏବଂ ଓ.ପିନିରସେଲଭମ୍‌ଙ୍କ ମେଣ୍ଟ ଦୁଇ ପତ୍ର ଚିହ୍ନକୁ ବ୍ୟବହାର କରିପାରିବେ। ଏହି ଚିହ୍ନ ଉପରେ ଉପରୋକ୍ତ ମେଣ୍ଟର କତୃତ୍ୱ ରହିବ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ। କମିଶନ ଏହି ମେଣ୍ଟକୁ ‘ଅସଲି ଏଆଇଏଡିଏମ୍‌କେ’ ବୋଲି କହିବା ସହ ଆଗାମୀ ନିର୍ବାଚନରେ ୨ ପତ୍ରର ଦଳୀୟ ଚିହ୍ନକୁ ଆଗାମୀ ନିର୍ବାଚନରେ ବ୍ୟବହାର କରିପାରିବ ବୋଲି କହିଛନ୍ତି ।

ଏହି ନିଷ୍ପତ୍ତି ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଭି.କେ. ଶଶିକଳା ଓ ଝିଆରୀ ଦୀପା ଜୟକୁମାରଙ୍କ ଗୋଷ୍ଠୀକୁ ଶକ୍ତ ଧକ୍କା ଲାଗିଛି। ଏହି ଗୋଷ୍ଠୀ ନିଜକୁ ମୂଳ ଏଆଇଏଏଡିୟଏମ୍‌କେ ବୋଲି ଦର୍ଶାଇବା ସହ ଏହି ଦଳୀୟ ସଙ୍କେତକୁ ବ୍ୟବହାର କରିବାକୁ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଇସି(ନିର୍ବାଚନ କମିଶନ)ଙ୍କ ଏହି ନିଷ୍ପତ୍ତି ପରେ ଆର.କେ ନଗର ଉପ ନିର୍ବାଚନ ଲାଗି ରାସ୍ତା ପ୍ରଶସ୍ତ ହୋଇଛି । ପୂର୍ବରୁ ମାଡ୍ରାସ୍‌ ହାଇକୋର୍ଟ ଏହି ଉପନିର୍ବଚନ ଖୁବ୍‌ ଶିଘ୍ର ସାରିବା ଲାଗି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଣେ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ଇ.ପଲାନିସାମି ଏବଂ ଓ.ପିନିରସେଲଭମ୍‌ ଗୋଷ୍ଠୀକୁ ୩୪ ଲୋକସଭା ସଦସ୍ୟ, ୮ ରାଜ୍ୟସଭା ସଦସ୍ୟଙ୍କ ସହ ୧୧୧ ତାମିଲନାଡୁ ଏମ୍‌ଏଲ୍‌ଏ ଓ ୪ ପୁଦ୍ଦୁଚେରୀ ଏମ୍‌ଏଲ୍‌ଏଙ୍କ ସମର୍ଥନ ରହିଛି । ସହିପରି ବିରୋଧୀ ଗୋଷ୍ଠୀକୁ ମାତ୍ର ୩ ଏମ୍‌ପିଙ୍କ ସହ ୨୦ ଏମ୍‌ଏଲ୍‌ଏଙ୍କ ସମର୍ଥନ ରହିଛି।

Related story