ହିନ୍ଦୁ ବିରୋଧୀ ବୟାନ ପାଇଁ କେସିଆରଙ୍କୁ ଇସି ନୋଟିସ୍‌

ହାଇଦ୍ରାବାଦ୍‌: ହିନ୍ଦୁ ସଂପ୍ରଦାୟ ବିରୋଧରେ ବୟାନ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ଶୁକ୍ରବାର ସୁଦ୍ଧା ସେ ଏହା ଉପରେ ଜବାବ ଦାଖଲ କରିବେ। ଏକ ନିର୍ବାଚନ ସଭାରେ କେସିଆର ହିନ୍ଦୁ ସଂପ୍ରଦାୟ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ନିର୍ବାଚନ କମିଶନ ଏହାର ତର୍ଜମା କରିଥିଲେ। ପ୍ରାଥମିକ ଯାଞ୍ଚରୁ କେସିଆରଙ୍କ ବୟାନ ସାମାଜିକ ସ୍ଥିରତାକୁ କ୍ଷତି ପହଞ୍ଚାଇଥିବା […]

u

Hemant Lenka
  • Published: Wednesday, 10 April 2019
  • , Updated: 10 April 2019, 05:24 PM IST

ହାଇଦ୍ରାବାଦ୍‌: ହିନ୍ଦୁ ସଂପ୍ରଦାୟ ବିରୋଧରେ ବୟାନ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ଶୁକ୍ରବାର ସୁଦ୍ଧା ସେ ଏହା ଉପରେ ଜବାବ ଦାଖଲ କରିବେ।

ଏକ ନିର୍ବାଚନ ସଭାରେ କେସିଆର ହିନ୍ଦୁ ସଂପ୍ରଦାୟ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ନିର୍ବାଚନ କମିଶନ ଏହାର ତର୍ଜମା କରିଥିଲେ। ପ୍ରାଥମିକ ଯାଞ୍ଚରୁ କେସିଆରଙ୍କ ବୟାନ ସାମାଜିକ ସ୍ଥିରତାକୁ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଛି। ତେଣୁ ନିର୍ବାଚନ କମିଶନ ଏପ୍ରିଲ ୧୨ ସନ୍ଧ୍ୟା ୫ଟା ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ କେସିଆରଙ୍କୁ କହିଛନ୍ତି।

ମାର୍ଚ୍ଚ ୧୭ ଦିନ କେସିଆର ଦେଶ ହିନ୍ଦୁମାନଙ୍କ ହାତରେ ପଡ଼ି ନଷ୍ଟ ହୋଇଯାଇଛି ବୋଲି କହିବା ସହ ହିନ୍ଦୁଙ୍କ ବିରୋଧରେ ଅଶବ୍ଦ ପ୍ରୟୋଗ କରିଥିଲେ।

Related story