‘ଲକଡାଉନ୍ ବଢ଼ାଇବା ଅର୍ଥନୀତି ପାଇଁ ଆତ୍ମଘାତୀ ହେବ’

ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ଅବଧି ଯଦି ବଢ଼ିବ ତା’ହେଲେ ଅର୍ଥନୀତି ଆତ୍ମଘାତୀ ସାବ୍ୟସ୍ତ ହେବ। ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରାର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଏଭଳି କହିଛନ୍ତି। ଯଦି ଲକଡାଉନ୍ ବଢ଼ିବ ତା’ହେଲେ ଦେଶର ଗରିବ ଶ୍ରେଣୀର ଲୋକମାନେ ସବୁଠୁ ବେଶୀ ପ୍ରଭାବିତ ହେବେ। ଟୁଇଟ୍ କରି ଆନନ୍ଦ ମହିନ୍ଦ୍ରା ଏଭଳି କହିଛନ୍ତି। ଉଦାହରଣ ପାଇଁ ଜାପାନ ଯୁଦ୍ଧର ଉଦାହରଣ ଦେଇଛନ୍ତି ଆନନ୍ଦ।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ମେ’ ୧୭ରେ ଶେଷ ହେବାକୁ ଯାଉଛି। ଯଦିଓ ଲକଡାଉନ୍ ନିୟମ କୋହଳ ହୋଇଛି। ହେଲେ ପୁଣିଥରେ ଲକଡାଉନ୍ ଅବଧି ବଢ଼ିବ ନା ଶେଷ ହେବ ସେ ନେଇ ଏବେ ସମସ୍ତେ ଚିନ୍ତାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।