ଅର୍ଥନୈତିକ ପରାମର୍ଶ ଦାତାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଆନ୍ କାର୍ଯ୍ୟକାଳ ଅକ୍ଟୋବର ୧୬ ତାରିଖରେ ସରିବାର ଥିଲା। ମାତ୍ର ତାଙ୍କର କାର୍ଯ୍ୟକାଳ ଆଉ ଏକ ବର୍ଷ ବଢ଼ା ଯାଇଛି। ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ବିକାଶ ହାର ଦ୍ରୁତ ଗତିରା ହ୍ରାସ ପାଇଥିଲା। ଏପରିକି ଗତ ତିନିବର୍ଷ  ମଧ୍ୟରେ ଏହା ସବୁଠାରୁ କମ୍ ଥିଲା। ଏହା ପରେ ଅରବିନ୍ଦଙ୍କୁ ମୁଖ୍ୟ ପରାମର୍ଶଦାତା ପଦରୁ ହଟାଇ ଦିଆଯାଇ […]

arabinda subramniyam

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 10:26 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଆନ୍ କାର୍ଯ୍ୟକାଳ ଅକ୍ଟୋବର ୧୬ ତାରିଖରେ ସରିବାର ଥିଲା। ମାତ୍ର ତାଙ୍କର କାର୍ଯ୍ୟକାଳ ଆଉ ଏକ ବର୍ଷ ବଢ଼ା ଯାଇଛି। ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ବିକାଶ ହାର ଦ୍ରୁତ ଗତିରା ହ୍ରାସ ପାଇଥିଲା। ଏପରିକି ଗତ ତିନିବର୍ଷ  ମଧ୍ୟରେ ଏହା ସବୁଠାରୁ କମ୍ ଥିଲା। ଏହା ପରେ ଅରବିନ୍ଦଙ୍କୁ ମୁଖ୍ୟ ପରାମର୍ଶଦାତା ପଦରୁ ହଟାଇ ଦିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଅରବିନ୍ଦଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ  ବଢ଼ାଇ ଦିଆଯାଇଛି।

 

Related story