ଆମେରିକୀୟ ଯୋଡ଼ିଙ୍କୁ ଅର୍ଥନୀତି ନୋବେଲ

ୱାଶିଂଟନ୍‌ (ଓଡ଼ିଶା ରିପୋର୍ଟର):  ସୋମବାର ଅର୍ଥନୀତି ପାଇଁ ନୋବେଲ୍‌ ଘୋଷଣା କରାଯାଇଛି। ୨୦୧୮ ବର୍ଷ ପାଇଁ ଦୁଇ ଆମେରିକୀୟ ୱିଲିୟମ୍‌ ଡି ନର୍ଡହାଉସ ଏବଂ ପଲ୍‌ ରମର୍‌ ଏଥିପାଇଁ ମନୋନୀତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଏଥିରେ ଅଭିନବକରଣ ପାଇଁ ଅର୍ଥନୀତିକ ବିଜ୍ଞାନର ପ୍ରୟୋଗ କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି। ନର୍ଡହାଉସ ଏବଂ ରମର୍‌ ଏଭଳି କିଛି ପ୍ରକ୍ରିୟାର ପନ୍ଥା ବାହାର କରିଛନ୍ତି, ଯାହାଦ୍ୱାରା ଦୀର୍ଘକାଳୀନ ସ୍ଥାୟୀ ଅଭିବୃଦ୍ଧି ଏବଂ ସମଗ୍ର ବିଶ୍ୱର ଜନସାଧାରଣଙ୍କର ମଙ୍ଗଳସାଧନ ହୋଇପାରିବ। BREAKING NEWS: ⁰The Royal […]

William-Nordhaus-and-Paul-R

Hemant Lenka
  • Published: Monday, 08 October 2018
  • , Updated: 08 October 2018, 04:33 PM IST

ୱାଶିଂଟନ୍‌ (ଓଡ଼ିଶା ରିପୋର୍ଟର):  ସୋମବାର ଅର୍ଥନୀତି ପାଇଁ ନୋବେଲ୍‌ ଘୋଷଣା କରାଯାଇଛି। ୨୦୧୮ ବର୍ଷ ପାଇଁ ଦୁଇ ଆମେରିକୀୟ ୱିଲିୟମ୍‌ ଡି ନର୍ଡହାଉସ ଏବଂ ପଲ୍‌ ରମର୍‌ ଏଥିପାଇଁ ମନୋନୀତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଏଥିରେ ଅଭିନବକରଣ ପାଇଁ ଅର୍ଥନୀତିକ ବିଜ୍ଞାନର ପ୍ରୟୋଗ କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି।

ନର୍ଡହାଉସ ଏବଂ ରମର୍‌ ଏଭଳି କିଛି ପ୍ରକ୍ରିୟାର ପନ୍ଥା ବାହାର କରିଛନ୍ତି, ଯାହାଦ୍ୱାରା ଦୀର୍ଘକାଳୀନ ସ୍ଥାୟୀ ଅଭିବୃଦ୍ଧି ଏବଂ ସମଗ୍ର ବିଶ୍ୱର ଜନସାଧାରଣଙ୍କର ମଙ୍ଗଳସାଧନ ହୋଇପାରିବ।

https://twitter.com/NobelPrize/status/1049235842777206784

ଅର୍ଥନୀତି ପାଇଁ ନୋବେଲ ୧୯୬୯ ମସିହା ପରଠାରୁ ଦିଆଯାଉଛି। କିନ୍ତୁ ଅନ୍ୟ ସମସ୍ତ ବର୍ଗରେ ନୋବେଲ ପୁରସ୍କାର ପ୍ରଦାନ ୧୯୦୧ଠାରୁ ଆରମ୍ଭ ହୋଇଛି।

Related story