ନୂଆଦିଲ୍ଲୀ:ପିଏନ୍ବି ଋଣ ଜାଲିଆତି ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଦୁବାଇସ୍ଥିତ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦୁବାଇରେ ବ୍ୟବସାୟିକ ସମ୍ପତ୍ତି, ମର୍ସିଡିଜ୍ କାର୍, ଏକ ଫିକ୍ସଡ୍ ଡିପୋଜିଟ୍ ଆକାଉଣ୍ଟ ଏବଂ ଅନ୍ୟ ମୂଲ୍ୟବାନ ସମ୍ପତ୍ତି ଜବତ କରାଯାଇଛି। ୧୩୫୦୦ କୋଟି ଟଙ୍କାର ପିଏନ୍ବି ଋଣ ଜାଲିଆତି ମାମଲାରେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି ଏହି ସମ୍ପତ୍ତି ଜବତ କରିଛି।
ଶେଷ ଖବର ସୁଦ୍ଧା ଇଡି ୨,୫୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି। ଇଡି ପକ୍ଷରୁ କୁହାଯାଇଛି, ଚୋକ୍ସିଙ୍କ ସମ୍ପତ୍ତିର ମୂଲ୍ୟ ୬ ହଜାର କୋଟିରୁ ଊର୍ଦ୍ଧ୍ୱ ହେବ।
ଏହି ପଳାତକ ହୀରା ବ୍ୟବସାୟୀ ପୂର୍ବରୁ ଦ୍ୱୀପଦେଶ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିଲେ। ସେ ଗତ ବର୍ଷ ଜାନୁଆରୀରୁ ଏଠାରେ ରହିଆସୁଛନ୍ତି। ପ୍ରତ୍ୟର୍ପଣ ଏଡ଼ାଇବା ପାଇଁ ସେ ବହୁଦିନ ଧରି ଅସୁସ୍ଥ ଥିବା ଦର୍ଶାଇ ଆସୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।
National
ହସ୍ପିଟାଲ ବେଡରେ ବିନୋଦ କାମ୍ବଲି
ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।
National
ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା
ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।