ଇଡି ସମନ କଲା କିନ୍ତୁ ଏକାନ୍ତବାସରେ ଗଲେ ଶିବସେନା ବିଧାୟକ

ମୁମ୍ୱାଇ: ଶିବସେନା ବିଧାୟକ ପ୍ରତାପ ସରନାଇକଙ୍କୁ ଇଡି ୧୭୫କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ପଚରା ଉଚରା କରିବା ପାଇଁ ସମନ୍ କରିଛି। ସମନ ପାଇବାର କିଛି ସମୟ ପରେ କିନ୍ତୁ ବିଧାୟକ ପ୍ରତାପ ଏକାନ୍ତବାସରେ ଯାଇଛନ୍ତି। ମଙ୍ଗଳବାର ଇଡି ବିଧାୟକଙ୍କ ଅଫିସ, ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ଏହାପରେ ବିଧାୟକଙ୍କ ପୁଅ ବୈହାଙ୍ଗଙ୍କୁ ଇଡି ଅଟକ ରଖିଛି। ଇଡି ରେଡ୍ କରିବା ବେଳେ ବିଧାୟକ ଜଣଙ୍କ ଗୋଆରେ ଥିଲେ। ଇଡି ରେଡ୍ କରିବା […]

Pratap-Sarnaik

Subhransu Sekhar
  • Published: Wednesday, 25 November 2020
  • , Updated: 25 November 2020, 09:54 PM IST

ମୁମ୍ୱାଇ: ଶିବସେନା ବିଧାୟକ ପ୍ରତାପ ସରନାଇକଙ୍କୁ ଇଡି ୧୭୫କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ପଚରା ଉଚରା କରିବା ପାଇଁ ସମନ୍ କରିଛି। ସମନ ପାଇବାର କିଛି ସମୟ ପରେ କିନ୍ତୁ ବିଧାୟକ ପ୍ରତାପ ଏକାନ୍ତବାସରେ ଯାଇଛନ୍ତି।

ମଙ୍ଗଳବାର ଇଡି ବିଧାୟକଙ୍କ ଅଫିସ, ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ଏହାପରେ ବିଧାୟକଙ୍କ ପୁଅ ବୈହାଙ୍ଗଙ୍କୁ ଇଡି ଅଟକ ରଖିଛି। ଇଡି ରେଡ୍ କରିବା ବେଳେ ବିଧାୟକ ଜଣଙ୍କ ଗୋଆରେ ଥିଲେ। ଇଡି ରେଡ୍ କରିବା ଖବର ପାଇବା ପରେ ସେ ମୁମ୍ୱାଇ ଫେରି ଆସିଥିଲେ। ହେଲେ ମହାରାଷ୍ଟ୍ର ସରକାରଙ୍କ ନିୟମ ଅନୁଯାୟୀ ଦିଲ୍ଲୀ ସମେତ ଚାରି ରାଜ୍ୟରୁ ଯିଏ ଆସିବେ ସିଏ କୋଭିଡ୍ ଟେଷ୍ଟ କରାଇବେ। ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ବାହାରକୁ ବାହାରିବେ। ତେଣୁ ବିଧାୟକ ଜଣଙ୍କ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି।

ଏବେ ସେ ହାଜର ହେବା ପାଇଁ ସମୟ ମାଗିଛନ୍ତି। ସେ, ତାଙ୍କ ବୋହୂ ଏବଂ ଝିଆରୀ ଟେନସନରୁ ଶାରୀରିକ ଅସୁସ୍ଥ ହୋଇ ପଡ଼ିଛନ୍ତି। ତେଣୁ ହାଜର ହେବା ପାଇଁ ସମୟ ମାଗିଛନ୍ତି ବିଧାୟର ପ୍ରତାପ ସରନାଇକ।

ସୂଚନାଯୋଗ୍ୟ, ପ୍ରତାପ ହେଉଛନ୍ତି ସେହି ବିଧାୟକ ଯିଏ କଙ୍ଗନାଙ୍କ ଅଫିସ୍ ଭାଙ୍ଗିବାକୁ ଠିକ୍ କହିଥିଲେ। ସେହିପରି ବିଧାନସଭାରେ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ। ବିଧାୟକଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶିବସେନା କହିଛି।

Related story