ଇଡି ଚଡ଼କ: ଚିଦାମ୍ବରମ ପୁଅଙ୍କ ବ୍ୟାଙ୍କ ଅାକାଉଣ୍ଟ ସିଜ୍

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ପୁଅ କାର୍ତ୍ତି ଚିଦାମ୍ବରମ୍ ବ୍ୟାଙ୍କ ଅାକାଉଣ୍ଟ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବ୍ୟାଙ୍କ ଅାକାଉଣ୍ଟରେ ଥିବା ୧ କୋଟି ୧୬ ଲକ୍ଷ ଟଙ୍କା ସିଜ୍ କରି ଅାଟାଚ୍ କରିଛି ଇଡି । ଏଥିସହ ପି. ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ସମୟରେ ତାଙ୍କ ଅଫିସ୍ ବ୍ୟବହାର କରିବା ଏବଂ ପ୍ରାୟ ୩୦୦ କୋଟି ବିଦେଶୀ ପୁଞ୍ଜିନିବେଶକୁ ବେଅାଇନ୍ ଭାବେ କ୍ଲିଅର କରିବା ପାଇଁ ପ୍ରଭାବିତ କରିଥିବା ଅଭିଯୋଗରେ ମଧ୍ୟ କାର୍ତ୍ତିଙ୍କୁ ଜେରା […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 04:25 PM IST

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ପୁଅ କାର୍ତ୍ତି ଚିଦାମ୍ବରମ୍ ବ୍ୟାଙ୍କ ଅାକାଉଣ୍ଟ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବ୍ୟାଙ୍କ ଅାକାଉଣ୍ଟରେ ଥିବା ୧ କୋଟି ୧୬ ଲକ୍ଷ ଟଙ୍କା ସିଜ୍ କରି ଅାଟାଚ୍ କରିଛି ଇଡି । ଏଥିସହ ପି. ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ସମୟରେ ତାଙ୍କ ଅଫିସ୍ ବ୍ୟବହାର କରିବା ଏବଂ ପ୍ରାୟ ୩୦୦ କୋଟି ବିଦେଶୀ ପୁଞ୍ଜିନିବେଶକୁ ବେଅାଇନ୍ ଭାବେ କ୍ଲିଅର କରିବା ପାଇଁ ପ୍ରଭାବିତ କରିଥିବା ଅଭିଯୋଗରେ ମଧ୍ୟ କାର୍ତ୍ତିଙ୍କୁ ଜେରା କରିଛି ଇଡି ।

ପୂର୍ବରୁ କାର୍ତ୍ତିଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲଗାଇଛି ସିବିଅାଇ। ବିଦେଶରେ ଥିବା ବ୍ୟାଙ୍କ ଅାକାଉଣ୍ଟକୁ କାର୍ତ୍ତି ଧୀରେ ଧୀରେ ବନ୍ଦ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲା ସିବିଆଇ।

Related story