ଇଜିପ୍ଟରେ ଆତ୍ମଘାତୀ ବିସ୍ଫୋରଣ: ୪ ଆହତ

କାଏରୋ: ଦକ୍ଷିଣ ଇଜିପ୍ଟର ଲକ୍ଜର ସହରର ଏକ ପର୍ଯ୍ୟଟନସ୍ଥଳୀ ନିକଟରେ ବୁଧବାର ହୋଇଛି ଆତ୍ମଘାତୀ ବିସ୍ଫୋରଣ। ଏଥିରେ ଇଜିପ୍ଟର ୪ ଜଣ ନାଗରିକ ଆହତ ହୋଇଛନ୍ତି। କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହିଁ। ଘଟଣାଟି ଘଟିଥିଲା ଲକ୍ଜର ସହର ସ୍ଥିତ କରନାକ ମନ୍ଦିର ପରିସରରେ। ମନ୍ଦିର ପରିସରରେ ଥିବା ପାର୍କିଂ ସ୍ଥାନରେ ଜଣେ ବ୍ୟକ୍ତି ନିଜକୁ ଉଡ଼ାଇ ଦେଇଥିଲେ। ଫଳରେ […]

karnak

Rakesh Mallick
  • Published: Wednesday, 10 June 2015
  • , Updated: 04 May 2017, 03:45 PM IST

କାଏରୋ: ଦକ୍ଷିଣ ଇଜିପ୍ଟର ଲକ୍ଜର ସହରର ଏକ ପର୍ଯ୍ୟଟନସ୍ଥଳୀ ନିକଟରେ ବୁଧବାର ହୋଇଛି ଆତ୍ମଘାତୀ ବିସ୍ଫୋରଣ। ଏଥିରେ ଇଜିପ୍ଟର ୪ ଜଣ ନାଗରିକ ଆହତ ହୋଇଛନ୍ତି। କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହିଁ।

ଘଟଣାଟି ଘଟିଥିଲା ଲକ୍ଜର ସହର ସ୍ଥିତ କରନାକ ମନ୍ଦିର ପରିସରରେ। ମନ୍ଦିର ପରିସରରେ ଥିବା ପାର୍କିଂ ସ୍ଥାନରେ ଜଣେ ବ୍ୟକ୍ତି ନିଜକୁ ଉଡ଼ାଇ ଦେଇଥିଲେ। ଫଳରେ ଇଜିପ୍ଟର ଚାରି ଜଣ ନାଗରିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଦୋକାନୀ ହୋଇଥିବା ବେଳେ ଆଉ ଦୁଇ ଜଣ ପୋଲିସ୍ କର୍ମଚାରୀ। ତେବେ ଏହି ଘଟଣାରେ କୌଣସି ପର୍ଯ୍ୟଟକ ଆହତ ହୋଇନାହାନ୍ତି ବୋଲି ଇଜିପ୍ଟର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।   ୧୯୯୭ର ଲକ୍ଜର ସ୍ଥିତ ଫାରାଓହ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣରେ ୫୮ ଜଣ ପର୍ଯ୍ୟଟକଙ୍କ ସେମତ ୪ ଜଣ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

Related story