ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ରର ଓମାନରୁ ଦୁବାଇ ଯାଉଥିବା ବେଳେ ଗତକାଲି ଏକ ଯାତ୍ରିବାହୀ ବସ୍ ଦୁର୍ଘଟଣା ହୋଇଛି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଜଣ ହେଉଛନ୍ତି ଭାରତୀୟ ବୋଲି ଜଣାପଡ଼ିଛି। ଏବେ ବି ଆହୁରି ୮ ଜଣ ବସ୍ ଯାତ୍ରୀଙ୍କର ଜାତୀୟତା ଚିହ୍ନଟ ହୋଇ ନଥିବାରୁ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଦୁବାଇ ପୁଲିସ କହିଛି।
ୟୁଏଇରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବସ୍ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରିଛି। ମୃତକଙ୍କ କିଛି ପରିବାରକୁ ଭାରତୀୟ ଦୂତାବାସ ଯୋଗାଯୋଗ କରିଛି। ଅନ୍ୟ ମୃତକଙ୍କ ବାବଦରେ ବିସ୍ତୃତ ସୂଚନା ମିଳିବା ପରେ ଆବଶ୍ୟକ ହେଲେ ପରିବାର ଲୋକଙ୍କ ସହ ଦୂତାବାସ ଯୋଗାଯୋଗ କରିବ ବୋଲି କୁହାଯାଇଛି।
ଓମାନର ମସ୍କଟ ଠାରେ ଏହି ଦୁର୍ଘଟଣା ହୋଇଥିବା ଓମାନ ସରକାରୀ ବସ୍ ସେବା ପ୍ରଦାନକାରୀ କମ୍ପାନୀ ବାସାଲାତ ସ୍ପଷ୍ଟ କରିଛି। ବସ ଦୁର୍ଘଟଣା କିପରି ହୋଇଛି ସେ ବାବଦରେ ସ୍ପଷ୍ଟ ସୂଚନା ମିଳିନାହିଁ। ଏକ ସାଇନ୍ ବୋର୍ଡକୁ ଯାତ୍ରିବାହୀ ବସଟି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।