ନୂଆଦିଲ୍ଲୀ: ମିଆଁମାରରୁ ବାହାର କରାଯାଉଥିବା ରୋହିଙ୍ଗ୍ୟା ମୁସ୍ଲିମ୍ଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ମିଆଁମାରରୁ ରୋହିଙ୍ଗ୍ୟା ମୁସ୍ଲିମ୍ଙ୍କୁ ବାଂଲାଦେଶ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ଓଲଟି ପଡ଼ିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ଜଣ ନିଖୋଜ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଅଛନ୍ତି।
ମିଆଁମାର ଓ ବାଂଲାଦେଶ ମଧ୍ୟରେ ଯାଇଥିବା ନଫ୍ ନଦୀରେ ଏହି ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାର କ୍ଷମତାଠାରୁ ଅଧିକ ଲୋକ ବସିଥିବାରୁ ତାହା ବୁଡ଼ିଯାଇଥିବା କୁହାଯାଉଛି। ଏଥିରେ ୫୦ରୁ ଅଧିକ ରୋହିଙ୍ଗ୍ୟା ମୁସ୍ଲିମ୍ ବସିଥିଲେ ବୋଲି କୁହାଯାଉଛି। ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।