ନୂଆଦିଲ୍ଲୀ: ଦେଶରେ ୧୩ ରଜନୈତିକ ଦଳ ଇଭିଏମ୍ ମେସିନ୍ ଉପରେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ଯେତେବେଳେ ନିର୍ବାଚନା ଆୟୋଗ ଏହି ଇଭିଏମକୁ ହ୍ୟାକ୍ କରିବା ପାଇଁ ସବୁ ରାଜନୈତିକ ଦଳଙ୍କୁ ଚ୍ୟାଲେଞ୍ଜ କରିଥିଲେ ଏମାନଙ୍କ ମଧ୍ୟରୁ ମାତ୍ର ୨ଟି ଦଳ ସମ୍ନାକୁ ଅସିଥିଲେ। ଆଜି ଏନସିପି ଏବଂ ସିପିଏମ ନିର୍ବାଚନ ଆୟୋଗ ଅଫିସରେ ପହଞ୍ଚିଥିଲେ। କିନ୍ତୁ ଏହି ଦୁଇଟି ଦଳ ବି ଚ୍ୟାଲେଞ୍ଜରେ ଅଶଂଗ୍ରହଣ କରିବାକୁ ମନାକଲେ। ଚ୍ୟାଲେଞ୍ଜରେ କୌଣସି ଦଳ ଅଶଂଗ୍ରହଣ ନ କରିବାରୁ ନିର୍ବାଚନ ଆୟୋଗ କହିଥିଲେ ଯେ ଇଭିଏମ୍ ମେସିନରେ କୌଣସି ତୃଟି ନାହିଁ କି ଏହାକୁ କେହି କୌଣସି ପ୍ରକାର ହ୍ୟାକ୍ କରିପାରିବେ ନାହିଁ।
ନିକଟରେ ୫ଟି ରାଜ୍ୟରେ ନିର୍ବାଚନ ଫଳ ବାହାରିବା ପରେ ବିଜେପିକୁ ବିପୁଳ ସଫଳତା ମିଳିଥିଲା। ଯେଉଁଥିରେ ବିଜେପି ଇଭିଏମ୍ ହ୍ୟାକ୍ କରି ବିଜୟ ଲଭ କରିଥିବା ବିରୋଧୀ ଦଳ ପ୍ରତିବାଦ କରିଥିଲେ।
ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଇଭିଏମ ଉପରେ ସବୁଠାରୁ ଅଧିକ ପ୍ରଶ୍ନ ଉଠାଉଥିବା ଆମ ଆଦମୀ ପାର୍ଟି କିନ୍ତୁ ଏହି ଚ୍ୟାଲେଞ୍ଜରେ ଅଶଂଗ୍ରହଣ କରିବାକୁ ଆସି ନ ଥିଲା।