ଦୁଇଟି ଆସନରେ ନିର୍ବାଚନ ଲଢ଼ିବା ବ୍ୟବସ୍ଥା ବନ୍ଦ କରିବାକୁ ସୁପାରିଶ

ନୂଆଦିଲ୍ଲୀ: ଦୁଇଟି ଆସନରେ ନିର୍ବାଚନ ଲଢ଼ିବା ନେଇ ରହିଥିବା ବ୍ୟବସ୍ଥାକୁ ବନ୍ଦ କରି ଦେବା ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନ କହିଛନ୍ତି ଯେ ଯଦି ସରକାର ଏହି ବ୍ୟବସ୍ଥାକୁ ଜାରି ରଖିବାକୁ ଚାହାନ୍ତି ତା’ହେଲେ ଉପନିର୍ବାଚନର ଖର୍ଚ୍ଚ ଆସନ ଛାଡୁଥିବା ପ୍ରାର୍ଥୀଙ୍କଠାରୁ ଆଦାୟ କରାଯାଉ। ବିଧାନସଭା ଅବା ବିଧାନ ପରିଷଦ ଉପନିର୍ବାଚନ ମାମଲାରେ ୫ ଲକ୍ଷ ଓ ଲୋକସଭା ଉପନିର୍ବାଚନ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଆସନ ଛାଡୁଥିବା ପ୍ରାର୍ଥୀଙ୍କଠାରୁ […]

nasimzaidi

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 11:25 AM IST

ନୂଆଦିଲ୍ଲୀ: ଦୁଇଟି ଆସନରେ ନିର୍ବାଚନ ଲଢ଼ିବା ନେଇ ରହିଥିବା ବ୍ୟବସ୍ଥାକୁ ବନ୍ଦ କରି ଦେବା ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି ନିର୍ବାଚନ କମିଶନ।

ନିର୍ବାଚନ କମିଶନ କହିଛନ୍ତି ଯେ ଯଦି ସରକାର ଏହି ବ୍ୟବସ୍ଥାକୁ ଜାରି ରଖିବାକୁ ଚାହାନ୍ତି ତା’ହେଲେ ଉପନିର୍ବାଚନର ଖର୍ଚ୍ଚ ଆସନ ଛାଡୁଥିବା ପ୍ରାର୍ଥୀଙ୍କଠାରୁ ଆଦାୟ କରାଯାଉ। ବିଧାନସଭା ଅବା ବିଧାନ ପରିଷଦ ଉପନିର୍ବାଚନ ମାମଲାରେ ୫ ଲକ୍ଷ ଓ ଲୋକସଭା ଉପନିର୍ବାଚନ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଆସନ ଛାଡୁଥିବା ପ୍ରାର୍ଥୀଙ୍କଠାରୁ ଆଦାୟ କରାଯାଉ। ସରକାର ପରବର୍ତ୍ତୀ ସମୟରେ ଏହି ରାଶିର ପରିମାଣ ବଢ଼ାଇ ପାରିବେ।

ନିର୍ବାଚନ କମିଶନ କହିଛନ୍ତି ଜଣେ ବିଜୟୀ ପ୍ରାର୍ଥୀ ସିଟ୍ ଛାଡ଼ିବା ଭୋଟରଙ୍କ ସହ ଅନ୍ୟାୟ କରିବା ସହିତ ସମାନ।

୨୦୦୪ରେ ମଧ୍ୟ ନିର୍ବାଚନ କମିଶନ ଏହି ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା।

୧୯୯୬ ପୂର୍ବରୁ ଜଣେ ବ୍ୟକ୍ତି ଯେତୋଟି ଆସନରେ ଚାହୁଁଥିଲେ ସେତୋଟି ଆସନରେ ପ୍ରାର୍ଥୀ ହେଉଥିଲେ। କିନ୍ତୁ ୧୯୯୬ରେ ସଂସଦରେ ଏକ ସଂଶୋଧନ ପାରିତ କରାଯାଇ କୌଣସି ବ୍ୟକ୍ତି ଦୁଇଟିରୁ ଅଧିକ ଆସନରେ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି ନିୟମ କରାଯାଇଥିଲା।

Related story