୨୦୧୮ ହୋଇପାରେ ନିର୍ବାଚନର ବର୍ଷ: ବିଧାନସଭା ସଙ୍ଗେ ହୋଇପାରେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ୨୦୧୯ ମସିହାରେ ଶେଷ ହେଉଛି। ହେଲେ ଶାସନକାଳ ସରିବାର ୬ ମାସ ପୂର୍ବରୁ ହୋଇପାରେ ଲୋକସଭା ନିର୍ବାଚନ। ପୁଣି ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ। କାରଣ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିବା ଜଣାପଡ଼ିଛି। ଏନେଇ ସରକାରୀ […]

vote

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 06:41 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ୨୦୧୯ ମସିହାରେ ଶେଷ ହେଉଛି। ହେଲେ ଶାସନକାଳ ସରିବାର ୬ ମାସ ପୂର୍ବରୁ ହୋଇପାରେ ଲୋକସଭା ନିର୍ବାଚନ। ପୁଣି ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ। କାରଣ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିବା ଜଣାପଡ଼ିଛି। ଏନେଇ ସରକାରୀ ସ୍ତରରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଯଦି ଏପରି ହୁଏ ଲୋକସଭା ନିର୍ବାଚନ ଆସନ୍ତାବର୍ଷ ନଭେମ୍ୱର କିମ୍ୱା ଡିସେମ୍ୱର ମାସରେ ହୋଇପାରେ।

ତେବେ ଏନେଇ ସବୁ ରାଜନୈତିକ ଦଳଗୁଡ଼ିକର ସହମତି ପାଇବା ଏତେ ସହଜ ନୁହେଁ। ୨୦୧୩ରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୮ ଶେଷ ଆଡକୁ ଏହି ରାଜ୍ୟଗୁଡିକରେ ସରକାରଙ୍କ କାର୍ଯ୍ୟକାଳ ସରୁଛି। ତେଣୁ ୨୦୧୮ରେ ଯଦି ଲୋକସଭା ନିର୍ବାଚନ ହୁଏ ତେବେ ନିର୍ବାଚନ କମିଶନର ଏଠାରେ ଏକାଠି ଲୋକସଭା ଓ ରାଜ୍ୟସଭା ନିର୍ବାଚନ କରିପାରନ୍ତି।

କେନ୍ଦ୍ର ସରକାର ଯଦି ଆସନ୍ତାବର୍ଷ ଲୋକସଭା ନିର୍ବାଚନ କରାଇବେ ତା’ହେଲେ ଆଉ କିଛି ଅଧିକ ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ କରାଇବାକୁ ଚାହିଁବେ। ଏଥିପାଇଁ ସରକାରଙ୍କର ନଜର ରହିବ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପରେ। ତେବେ ଏଥିପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକରେ କ୍ଷମତାରେ ଥିବା ଦଳଗୁଡ଼ିକ ରାଜି ହେବା ଆବଶ୍ୟକ। ଆନ୍ଧ୍ରପ୍ରଦେଶରେ ଟିଡିପି ସହିତ ବିଜେପି ମେଣ୍ଟରେ ଅଛି। ଯଦି ଦଳ ଟିଡିପିକୁ ରାଜି କରାଇବାରେ ସମର୍ଥ ହେବ ତା’ହେଲେ ଏଠାରେ ନିର୍ବାଚନ ହୋଇପାରେ। ଅବଶ୍ୟ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ବିଜେପିର ମାତ୍ର ୪ ଜଣ ସଦସ୍ୟ ଅଛନ୍ତି। ଅନ୍ୟପକ୍ଷରେ ୧୭୫ ଆସନ ବିଶିଷ୍ଟ ଏହି ବିଧାନସଭାରେ ଟିଡିପିର ୧୦୨ ଜଣ ସଭ୍ୟ ଅଛନ୍ତି।

ଓଡ଼ିଶା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବା ନେଇ ସମ୍ଭାବନା ରହିଥାଇପାରେ। ଏଠି ଶାସକ ବିଜେଡି ଭଲ ସ୍ଥିତିରେ ଅଛି। ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେଡିର ୧୧୭ ଜଣ ସଭ୍ୟ ଅଛନ୍ତି। ତେଣୁ ଦଳର ଦୋଦୁଲ୍ୟମାନ ସ୍ଥିତି ନାହିଁ। କିନ୍ତୁ କିଛିଟା କାରଣ ଏମିତି ସମ୍ଭାବନା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ପ୍ରଥମତଃ ବହୁ ଦିନ ଧରି ଶାସନରେ ଥିବା ବିଜେଡି ସରକାର ଧୀରେ ଧୀରେ ଲୋକଙ୍କ ଉପରୁ ତା’ର ଆସ୍ଥା ହରାଉଛି ତାହା ଗତ ପଞ୍ଚାୟତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି। ଏଥିପାଇଁ ସ୍ଥିତି ଅଧିକ ବଗିଡ଼ିବା ପୂର୍ବରୁ ବରଂ ନିର୍ବାଚନ ପାଇଁ ରାଜି ହୋଇଯିବା ବୁଦ୍ଧିମାନର କାମ ହୋଇପାରେ।

ଦିତୀୟତଃ ଗତ କିଛି ଦିନରେ ‘ରାଜ୍ୟ-କେନ୍ଦ୍ର’ ଓ ‘ମୋଦି-ନବୀନ’ ଗତିବିଧିକୁ ଲକ୍ଷ୍ୟ କଲେ ଜଣାପଡୁଛି ମୋଦିଙ୍କ କଥାରେ ଯେ ନବୀନ ରାଜି ନ ହେବେ ତାହା କହି ହେବ ନାହିଁ।

ଦିଲ୍ଲୀ ଉପରେ ବି କେନ୍ଦ୍ର ସରକାରଙ୍କ ନଜର ଥିବ। ଏଠାରେ ଆପ୍ ଶାସନ କରୁଛି। ଆପ୍‌ର ୨୧ ଜଣ ବିଧାୟକଙ୍କ ବିରୁଦ୍ଧରେ ଅଫିସ୍ ଅଫ୍ ପ୍ରୋଫିଟ୍‌ ଅଭିଯୋଗ ଅଛି। ଯଦି ଏମାନେ ଅଯୋଗ୍ୟ ଘୋଷିତ ହୁଅନ୍ତି, ତା’ହେଲେ ସ୍ଥିତିକୁ ଦେଖି ରଣନୀତି ପ୍ରୟୋଗ କରିପାରନ୍ତି।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ନିର୍ବାଚନ କମିଶନର ଯଦି ଆଗୁଆ ନିର୍ବାଚନ କରାନ୍ତି ତାହାହେଲେ ବହୁ ବିଧାନସଭାରେ ଆଗୁଆ ନିର୍ବାଚନ ହେବ। ତେବେ ଓଡ଼ିଶାରେ ହେବ କି ନହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।”

ନିର୍ବାଚନକୁ ନେଇ ବିଜେପି ମଧ୍ୟ ପୁରା ମୋଡ଼୍‌ରେ ରହିଛି। ବର୍ତ୍ତମାନ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛି। ଅନ୍ୟପକ୍ଷରେ ଘର ଅସଜଡିବାରେ ଲାଗିଛି କଂଗ୍ରେସ।

କଂଗ୍ରେସ୍ ପ୍ରଭାରୀ ବି.କେ. ହରିପ୍ରସାଦ କହିଛନ୍ତି-“ବିଜେପି କଣ କରୁଛି ତାକୁ ନେଇ କଂଗ୍ରେସ ନିଷ୍ପତ୍ତି ନେବନି। ଯଦି ନିର୍ବାଚନ ହୁଏ ତାହାହେଲେ କଂଗ୍ରେସ ପ୍ରସ୍ତୁତ ରହିଥାଏ।”

Related story