ହାତୀ ଲଢ଼ିଲେ, ଘର ଭାଙ୍ଗିଲେ

ଗୌହାଟୀ: ଆସାମର କାଠିଆଟୋଲିରେ ମାତିଛନ୍ତି ହାତୀ ପଲ। ନାଅଗାଁ ଜଙ୍ଗଲ ଅଞ୍ଚଳରୁ ପ୍ରାୟ ଶହେଟି ହାତୀ ପଶି ଆସିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଦୁଇଟି ହାତୀଙ୍କ ମଧ୍ୟରେ ଲଢ଼େଇ ହେବାରୁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ମାରପିଟ କରିଥିଲେ। ବିଭାଗୀୟ କର୍ମଚାରୀ ଠିକ୍ ସମୟରେ ପହଞ୍ଚିଥିଲେ ଏଭଳି ପରିସ୍ଥିତି ଦେଖା ଦେଇନଥାନ୍ତା ବୋଲି ସ୍ଥନୀୟ ଲୋକେ କହିଛନ୍ତି। […]

assam

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 01:10 PM IST

ଗୌହାଟୀ: ଆସାମର କାଠିଆଟୋଲିରେ ମାତିଛନ୍ତି ହାତୀ ପଲ। ନାଅଗାଁ ଜଙ୍ଗଲ ଅଞ୍ଚଳରୁ ପ୍ରାୟ ଶହେଟି ହାତୀ ପଶି ଆସିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଦୁଇଟି ହାତୀଙ୍କ ମଧ୍ୟରେ ଲଢ଼େଇ ହେବାରୁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ମାରପିଟ କରିଥିଲେ। ବିଭାଗୀୟ କର୍ମଚାରୀ ଠିକ୍ ସମୟରେ ପହଞ୍ଚିଥିଲେ ଏଭଳି ପରିସ୍ଥିତି ଦେଖା ଦେଇନଥାନ୍ତା ବୋଲି ସ୍ଥନୀୟ ଲୋକେ କହିଛନ୍ତି।

ବନ କର୍ମଚାରୀଙ୍କୁ ମାରପିଟ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।

Related story