ଚାନ୍ଦିନିଚୌକରେ ଭୟାବହ ଅଗ୍ନିକାଣ୍ଡ, ୪୦ ଦମକଳ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଚାନ୍ଦିନିଚୌକ ଅଞ୍ଚଳରେ  ଥିବା ଭାଗିରଥ ମାର୍କେଟ କମ୍ପ୍ଲେକ୍ସରେ ଗତରାତିରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଯୋଗୁ ଅନେକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଥିବା ବେଳେ ଏକ ଦୁଇଟି ମହଲା ବିଶିଷ୍ଟ ବିଲ୍ଡିଂ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ନିଆଁ ଲିଭାଇବାକୁ ୪୦ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। ଏହାସତ୍ତ୍ୱେ  ଆଜି ସକାଳ ସୁଦ୍ଧା ଏହି ନିଆଁ ସମ୍ପୂର୍ଣ୍ଣ ଲିଭି ପାରି ନ ଥିବା ଜଣାଯାଇଛି। ଏଥିଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ନଷ୍ଟ […]

fire

  • Published: Friday, 25 November 2022
  • , Updated: 25 November 2022, 08:49 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଚାନ୍ଦିନିଚୌକ ଅଞ୍ଚଳରେ  ଥିବା ଭାଗିରଥ ମାର୍କେଟ କମ୍ପ୍ଲେକ୍ସରେ ଗତରାତିରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଯୋଗୁ ଅନେକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଥିବା ବେଳେ ଏକ ଦୁଇଟି ମହଲା ବିଶିଷ୍ଟ ବିଲ୍ଡିଂ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ନିଆଁ ଲିଭାଇବାକୁ ୪୦ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। ଏହାସତ୍ତ୍ୱେ  ଆଜି ସକାଳ ସୁଦ୍ଧା ଏହି ନିଆଁ ସମ୍ପୂର୍ଣ୍ଣ ଲିଭି ପାରି ନ ଥିବା ଜଣାଯାଇଛି। ଏଥିଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି।  ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି ।

ଭାଗିରଥ ମାର୍କେଟ କମ୍ପ୍ଲେକ୍ସରେ ମୁଖ୍ୟତଃ ଇଲେକଟ୍ରୋନିକ୍ସ ଦୋକାନ ରହିଛି। ଗତକାଲି ରାତିରେ କୌଣସି କାରଣବଶଃତ  ନିଆଁ ଲାଗିବାରୁ ତାହା ଦ୍ରୁତ ଗତିରେ   ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା। ଫଳରେ  ପ୍ରାୟ ୪୦ ପାଖାପାଖି ଦୋକାନ ନିଆଁ ଦ୍ୱାରା କବଳିତ ହୋଇ ଯାଇଥିଲା। ଏଥିଯୋଗୁ ଏକ ଦୁଇଟି ମହଲା ବିଶିଷ୍ଟ ବିଲ୍ଡିଂ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ୪୦ଟି ଦମକଳ ଗାଡ଼ି ପହଞ୍ଚିଥିଲେ। ତେବେ ଭାଗିରଥ ମାର୍କେଟ କମ୍ପ୍ଲେକ୍ସ ଯିବାକୁ ଥିବା ରାସ୍ତା ସରୁ ଥିବାରୁ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏଥିସହ ନିଆଁ ଲିଭାଇବାକୁ ପାଣି ଯୋଗାଡ଼ କରିବା ମଧ୍ୟ କାଠିକର ପାଠ ହୋଇଥିଲା।

ଏଥିଯୋଗୁ ସ୍ଥାନୀୟ ଲୋକେ ତାତି ଯାଇଥିବା ବେଳେ କେଜ୍ରିୱାଲ ସରକାର ବିରୋଧରେ ନାରାବାଜି କରିବାକୁ ଲାଗିଲେ। କାରଣ  କେଜ୍ରିୱାଲ ସରକାର ଚାନ୍ଦିନିଚୌକ ରାସ୍ତାକୁ ଚକାଚକ୍‌ କରିଥିବା ବେଳେ ସେଠାରେ ଥିବା ମୌଳିକ ସମସ୍ୟାକୁ ଏ ଯାଏ ସମାଧାନ କରି ନାହାନ୍ତି। ଫଳରେ ଏପରି ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି।

ଅଗ୍ନିଶମ ଗାଡ଼ି ଗତକାଲି ରାତିରୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆଜି ସକାଳ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ଜଣାଯାଇଛି। ଖବର ପାଇ ବିଜେପି ସାଂସଦ ଡ. ହର୍ଷବର୍ଦ୍ଧନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଏଥିସହ ତୁରନ୍ତ ନିଆଁ ଲିଭା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି ।

Related story