ଏନକାଉଣ୍ଟରରେ ପାକ୍ ଆତଙ୍କବାଦୀ ମୃତ, ଦୁଇ ଯବାନ ଆହାତ

ଜମ୍ମୁ: ଆଜି ସକାଳେ କାଶ୍ମୀରର ଶୋପିଆଁ ଜିଲ୍ଲାରେ ହିଜବୁଲ୍ ମୁଜ୍ଜାହିଦ୍ଦିନର ଜଣେ ଆତଙ୍କୀକୁ ସୁରକ୍ଷାକର୍ମୀମାନେ ଏନକାଉଣ୍ଟରରେ ମାରି ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ଆତଙ୍କୀଙ୍କ ସୀମା ଅନୁପ୍ରବେଶ ସମୟରେ ଦୁଇ ଭାରତୀୟ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଗୋଟେ ଏକେ-୪୭ ରାଇଫଲ ଏବଂ ଗୋଳାବାରୁଦ ଜବତ କରିଥିବା ଖବର ରହିଛି। ଏହାପୂର୍ବରୁ  ରବିବାର ସକାଳେ ପୁଞ୍ଚର ସୋଜିଆରେ ପାକିସ୍ତାନ ତରଫରୁ କରାଯାଇଥିବା ଗୁଳିବର୍ଷଣରେ ଦୁଇ ଭାରତୀୟ ଯବାନ ଶହିଦ୍‌ ହୋଇଥିବା ବେଳେ ଦୁଇଜଣ ମହିଳା ଏବଂ […]

army-jammu

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 02:38 PM IST

ଜମ୍ମୁ: ଆଜି ସକାଳେ କାଶ୍ମୀରର ଶୋପିଆଁ ଜିଲ୍ଲାରେ ହିଜବୁଲ୍ ମୁଜ୍ଜାହିଦ୍ଦିନର ଜଣେ ଆତଙ୍କୀକୁ ସୁରକ୍ଷାକର୍ମୀମାନେ ଏନକାଉଣ୍ଟରରେ ମାରି ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ଆତଙ୍କୀଙ୍କ ସୀମା ଅନୁପ୍ରବେଶ ସମୟରେ ଦୁଇ ଭାରତୀୟ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଗୋଟେ ଏକେ-୪୭ ରାଇଫଲ ଏବଂ ଗୋଳାବାରୁଦ ଜବତ କରିଥିବା ଖବର ରହିଛି।

ଏହାପୂର୍ବରୁ  ରବିବାର ସକାଳେ ପୁଞ୍ଚର ସୋଜିଆରେ ପାକିସ୍ତାନ ତରଫରୁ କରାଯାଇଥିବା ଗୁଳିବର୍ଷଣରେ ଦୁଇ ଭାରତୀୟ ଯବାନ ଶହିଦ୍‌ ହୋଇଥିବା ବେଳେ ଦୁଇଜଣ ମହିଳା ଏବଂ ଜଣେ ବିଏସଏଫ୍ ଯବାନ୍ ଆହତ ହୋଇଛନ୍ତି। ସେପଟେ କୃଷ୍ଣଘାଟିରେ ପାକିସ୍ତାନୀ ସେନା ତରଫରୁ ଦୁଇଥର ଅନୁପ୍ରବେଶ ପାଇଁ କରାଯାଇଥିବା ଗୁଳି ଚାଳନାରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ବେଳେ ପାକିସ୍ତାନୀ ସେନାଙ୍କ ଅନୁପ୍ରବେଶ ଅସଫଳ ରହିଥିଲା।

Related story