ଇଂଞ୍ଜିନିୟରଙ୍କୁ ନିଯୁକ୍ତି ଦେଉଛି ଆଇଏସ

ୱାଶିଂଟନ୍: ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ପୁଣି ଥରେ ଇଂଞ୍ଜିନିୟରମାନଙ୍କୁ ନିଯୁକ୍ତି ଦେଉଛି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଜୁଲି ବଶପ ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଇସଲାମିକ୍ ଷ୍ଟେଟ୍ ରାସାୟନିକ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ତାଲିମପ୍ରାପ୍ତ ଇଂଞ୍ଜିନିୟର ମାନଙ୍କୁ ନିଯୁକ୍ତି ଦେଉଛି। ଏହା ଅଷ୍ଟ୍ରେଲିଆ ସମେତ ଅନ୍ୟମାନଙ୍କ ପାଇଁ  ବିପଦଜନକ। ଆଇଏସ୍ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଯେକୌଣସି ସ୍ତରକୁ ଯାଇପାରେ। ଏହି ଆତଙ୍କବାଦୀ ସଙ୍ଗଠନ କ୍ଲୋରିଲର ବ୍ୟବହାର କରିବା ଓ […]

isis

Rakesh Mallick
  • Published: Saturday, 06 June 2015
  • , Updated: 04 May 2017, 03:45 PM IST

ୱାଶିଂଟନ୍: ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ପୁଣି ଥରେ ଇଂଞ୍ଜିନିୟରମାନଙ୍କୁ ନିଯୁକ୍ତି ଦେଉଛି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଜୁଲି ବଶପ ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଇସଲାମିକ୍ ଷ୍ଟେଟ୍ ରାସାୟନିକ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ତାଲିମପ୍ରାପ୍ତ ଇଂଞ୍ଜିନିୟର ମାନଙ୍କୁ ନିଯୁକ୍ତି ଦେଉଛି। ଏହା ଅଷ୍ଟ୍ରେଲିଆ ସମେତ ଅନ୍ୟମାନଙ୍କ ପାଇଁ  ବିପଦଜନକ।

ଆଇଏସ୍ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଯେକୌଣସି ସ୍ତରକୁ ଯାଇପାରେ। ଏହି ଆତଙ୍କବାଦୀ ସଙ୍ଗଠନ କ୍ଲୋରିଲର ବ୍ୟବହାର କରିବା ଓ ଟେକନିକାଲ ପ୍ରଫେସର ମାନଙ୍କୁ ନିଯୁକ୍ତି ଦେବା ନିଶ୍ଚିତ ଭାବେ ଏକ ଗମ୍ଭୀର ପ୍ରସଙ୍ଗ। ଏହା ଏକ ନିଶ୍ଚିତ ବିପଦ ଆଡକୁ ମୁହାଁଉଛି ବୋଲି ସେ ସତର୍କ କରାଇ ଦେଇଥିଲେ।

Related story