ଅସହ୍ୟ ହେଲା କରଜ ବୋଝ; ବିଷ ପିଇଦେଲେ ପରିବାରର ୬ ସଦସ୍ୟ

ପାଟନା: ଅସହ୍ୟ ହେଲା କରଜ ବୋଝ । ବାଟରେ ଘାଟରେ ଧମକାଇଲେ ଲୋକେ। କରଜ ତୁରନ୍ତ ନ ଶୁଝିଲେ ପରିଣାମ ଭୟଙ୍କର ହେବ ବୋଲି କହିଲେ। କିଛି ଦିନର ମହଲତ ପାଇଁ ଗୁହାରୀ ବି କାମ ଦେଲାନି। କରଜ ବୋଝ ତଳେ ଚାପି ହୋଇ ଯାଇଥିବା ପରିବାର ସଦସ୍ୟ ଶେଷରେ ଚରମ ନିଷ୍ପତ୍ତି ନେଲେ। ଏକସଙ୍ଗେ ବାପମା’ଙ୍କ ସମେତ ୪ ପୁଅଝିଅ ବିଷ ପିଇଦେଲେ। ସେମାନଙ୍କ ମଧ୍ୟରୁ ବାପାମା’, ୨ ଝିଅ ଓ ଜଣେ ପୁଅଙ୍କ ମୃତ୍ୟୁ […]

suicide

  • Published: Thursday, 10 November 2022
  • , Updated: 10 November 2022, 09:50 AM IST

ପାଟନା: ଅସହ୍ୟ ହେଲା କରଜ ବୋଝ । ବାଟରେ ଘାଟରେ ଧମକାଇଲେ ଲୋକେ। କରଜ ତୁରନ୍ତ ନ ଶୁଝିଲେ ପରିଣାମ ଭୟଙ୍କର ହେବ ବୋଲି କହିଲେ। କିଛି ଦିନର ମହଲତ ପାଇଁ ଗୁହାରୀ ବି କାମ ଦେଲାନି। କରଜ ବୋଝ ତଳେ ଚାପି ହୋଇ ଯାଇଥିବା ପରିବାର ସଦସ୍ୟ ଶେଷରେ ଚରମ ନିଷ୍ପତ୍ତି ନେଲେ। ଏକସଙ୍ଗେ ବାପମା’ଙ୍କ ସମେତ ୪ ପୁଅଝିଅ ବିଷ ପିଇଦେଲେ। ସେମାନଙ୍କ ମଧ୍ୟରୁ ବାପାମା’, ୨ ଝିଅ ଓ ଜଣେ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ହୃଦୟ ବିଦାରକ ଘଟଣା ବିହାରର ନବାଦା ନଗର ଥାନା ଅଧୀନ ନ୍ୟୁ ଏରିଆ ଅଞ୍ଚଳରେ ହୋଇଛି।

ମୃତକମାନେ ହେଲେ ଘରର ମୁଖିଆ କେଦାର ଲାଲ ଗୁପ୍ତା, ପତ୍ନୀ ଅନିତା କୁମାରୀ, ପୁଅ ପ୍ରିନ୍ସ କୁମାର, ଝିଅ ଶବନମ କୁମାରୀ ଓ ଗୁଡ଼ିଆ କୁମାରୀ । କେଦାର ଲାଲଙ୍କ ଆଉ ଜଣେ ଝିଅ ସାକ୍ଷୀଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ପାଟନା ମେଡିକାଲରେ ଭର୍ତ୍ତି କରାଯାଇଛି।

କେଦାର ଲାଲଙ୍କର ବିଜୟ ବଜାରରେ ଏକ ଫଳ ଦୋକାନ ରହିଛି। ହେଲେ ପରିବାର ଚଳାଇବା ପାଇଁ ଏହି ରୋଜଗାର ଯଥେଷ୍ଟ ନ ହେବାରୁ ସେ ବହୁ ଲୋକଙ୍କଠାରୁ ପ୍ରବଳ ଧାରକରଜ କରି ଦେଇଥିଲେ।  ଟଙ୍କା ଫେରାଇବା ପାଇଁ ତାଙ୍କ ପରେ ପ୍ରବଳ ଚାପ ପଡ଼ୁଥିଲା। ତୁରନ୍ତ ଧାର ଟଙ୍କା ନ ଫେରାଇଲେ, ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ବି ମିଳୁଥିଲା।

ଏନେଇ କେଦାର ଲାଲ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ଏକ ସଙ୍ଗେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସମସ୍ତେ ଏକ ସଙ୍ଗେ ବିଷ ପିଇଦେଲେ। ପୁଲିସ୍‌ ପହଞ୍ଚି ତୁରନ୍ତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଜଣକ ପରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ସାକ୍ଷୀ ଜୀବିତ ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।

ବିଷ ପିଇବା ପରେ ଗୁରୁତର ଥିବା କେଦାରଲାଲଙ୍କୁ ପୁଲିସ୍‌ ପଚରାଉଚରା କରିବାରୁ ମୋ’ ମୁଣ୍ଡ ଉପରେ ୧୦-୧୨ ଲକ୍ଷ ଟଙ୍କାର କରଜ ରହିଛି। ଯାହାକୁ ଶୁଝି ନ ପାରିବାରୁ ଆମେ ସମସ୍ତେ ଏକମତ ହୋଇ ବିଷ ପିଇଛୁ ବୋଲି କହିଛନ୍ତି।

ବିଷ ପିଇବା ପୂର୍ବରୁ କେଦାର ଲାଲଙ୍କ ପୁଅ ପ୍ରିନ୍ସ ଏକ ଭିଡିଓ କରିଥିଲେ। ଏଥିରେ ସେ କହିଛନ୍ତି, କିଛି ଲୋକଙ୍କ ନିକଟରୁ ବାପା ଧାରକରଜ କରିଥିବା ବେଳେ ସେମାନେ ଏବେ ଧମକ ଦେଉଛନ୍ତି। ଟଙ୍କା ଫେରସ୍ତ କରିବାକୁ ଆମେ ସେମାନଙ୍କୁ କିଛି ସମୟ ମହଲତ ମାଗିଥିଲୁ। କିନ୍ତୁ ସେମାନେ ରାଜି ହେଲେନି, ଆମକୁ ବାରମ୍ବାର ଧମକ ଦେଉଥିବାରୁ ଆମେ ଏହି ବାଟ ବାଛି ନେଉଛୁ । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।

Related story