କରୋନା ଭାଇରସକୁ ୧୦୦% ମାତ ଦେବାକୁ ସକ୍ଷମ ରୁଷ ଟିକା!

ମସ୍କୋ: ପ୍ରଥମଥର ପାଇଁ ବିଶ୍ୱରେ ପ୍ରସ୍ତୁତ ହୋଇଥିବା କୌଣସି ଟିକା ମହାମାରୀ କରୋନା ଭାଇରସକୁ ମାତ୍‌ ଦେବାରେ ଶତ ପ୍ରତିଶତ ସକ୍ଷମ ବୋଲି ଜଣାପଡ଼ିଛି। ରୁଷ ତରଫରୁ ପ୍ରସ୍ତୁତ ହୋଇଥିବା EpiVacCorona ଟିକା ୧୦୦% ପ୍ରଭାବୀ ବୋଲି ସ୍ପୁଟନିକ ନ୍ୟୁଜ ସରକାରୀ ସୂତ୍ରରୁ ତଥ୍ୟ ହାସଲ କରି ଖବର ପ୍ରକାଶ କରିଛି। EpiVacCorona କରୋନା ଟିକାକୁ ରୁଷର ଭେକଟର ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ ଭାଇରୋଲୋଜି ଓ ବାୟୋଟେକ୍ନୋଲଜି ପ୍ରସ୍ତୁତ କରିଛନ୍ତି। ନଭେମ୍ବର ମାସରେ ଏହି ଟିକାର […]

c

Hemant Lenka
  • Published: Tuesday, 19 January 2021
  • , Updated: 20 January 2021, 07:59 AM IST

ମସ୍କୋ: ପ୍ରଥମଥର ପାଇଁ ବିଶ୍ୱରେ ପ୍ରସ୍ତୁତ ହୋଇଥିବା କୌଣସି ଟିକା ମହାମାରୀ କରୋନା ଭାଇରସକୁ ମାତ୍‌ ଦେବାରେ ଶତ ପ୍ରତିଶତ ସକ୍ଷମ ବୋଲି ଜଣାପଡ଼ିଛି। ରୁଷ ତରଫରୁ ପ୍ରସ୍ତୁତ ହୋଇଥିବା EpiVacCorona ଟିକା ୧୦୦% ପ୍ରଭାବୀ ବୋଲି ସ୍ପୁଟନିକ ନ୍ୟୁଜ ସରକାରୀ ସୂତ୍ରରୁ ତଥ୍ୟ ହାସଲ କରି ଖବର ପ୍ରକାଶ କରିଛି।

EpiVacCorona କରୋନା ଟିକାକୁ ରୁଷର ଭେକଟର ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ ଭାଇରୋଲୋଜି ଓ ବାୟୋଟେକ୍ନୋଲଜି ପ୍ରସ୍ତୁତ କରିଛନ୍ତି। ନଭେମ୍ବର ମାସରେ ଏହି ଟିକାର ମାନବ ପରୀକ୍ଷଣ ରୁଷରେ ଆରମ୍ଭ ହୋଇଥିଲା। ଏବେ ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ଟିକା କରୋନାକୁ ମାତ୍ ଦେବାରେ ୧୦୦% ସକ୍ଷମ।

ପରୀକ୍ଷା ରିପୋର୍ଟକୁ ସମୀକ୍ଷା କରିବା ପରେ ରୁଷ ସରକାର ଏହି ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ଜଣାପଡ଼ିଛି। ରୁଷରେ ଦ୍ୱିତୀୟ କରୋନା ଟିକା ଭାବେ EpiVacCoronaକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ। କାରଣ ଏହାପୂର୍ବରୁ ସ୍ପୁଟନିକ ଭି କରୋନା ଟିକାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଏହା କରୋନାକୁ ମାତ୍‌ ଦେବାରେ ୯୨% ସକ୍ଷମ ବୋଲି ପରୀକ୍ଷାରୁ ଜଣାପଡ଼ିଛି।

ଭାରତ ସରକାର ମଧ୍ୟ ସ୍ପୁଟନିକ ଭି ଟିକାର ମାନବ ପରୀକ୍ଷଣ ଦେଶରେ ଆରମ୍ଭ କରିଛନ୍ତି। ଡା ରେଡ୍ଡୀ ପକ୍ଷରୁ ଏହି ମାନବ ପରୀକ୍ଷଣ କରାଯାଉଛି।

Related story