ଭସ୍ମାସୁର ପ୍ରେମିକ! ଜାଳିଲେ, ନିଜେ ଜଳିଲେ

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜୟୱାଡା ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ଜିଲ୍ଲାରେ ଜଣେ ୨୪ ବର୍ଷୀୟ ଯୁବତୀକୁ ତା’ର ପୂର୍ବତନ ପ୍ରେମିକ ଜିଅନ୍ତା ପୋଡ଼ି ମାରିଦେଇଛି। ଏହି ଘଟଣା ବେଳେ ଜଳନ୍ତା ଅବସ୍ଥାରେ ଯୁବତୀ ଜଣକ ପୂର୍ବତନ ପ୍ରେମିକକୁ ମଧ୍ୟ ନିଆଁ ଆଡ଼କୁ ଟାଣି ଆଣିଥିଲା। ଯାହା ଫଳରେ ପ୍ରେମିକ ଜଣକର ୮୦ପ୍ରତିଶତ ଶରୀର ପୋଡ଼ି ହୋଇଯାଇଥିଲା। ପରେ ଚିକିତ୍ସା ଚାଲିଥିବା ବେଳେ ଉଭୟ ପ୍ରେମିକ ଓ ପ୍ରେମିକାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ […]

fire1

fire1

Ranjit Kumar Jena
  • Published: Wednesday, 14 October 2020
  • Updated: 14 October 2020, 03:38 PM IST

Sports

Latest News

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜୟୱାଡା ଜିଲ୍ଲାରେ ଘଟିଛି ବଡ଼ ଅଘଟଣ। ଜିଲ୍ଲାରେ ଜଣେ ୨୪ ବର୍ଷୀୟ ଯୁବତୀକୁ ତା'ର ପୂର୍ବତନ ପ୍ରେମିକ ଜିଅନ୍ତା ପୋଡ଼ି ମାରିଦେଇଛି। ଏହି ଘଟଣା ବେଳେ ଜଳନ୍ତା ଅବସ୍ଥାରେ ଯୁବତୀ ଜଣକ ପୂର୍ବତନ ପ୍ରେମିକକୁ ମଧ୍ୟ ନିଆଁ ଆଡ଼କୁ ଟାଣି ଆଣିଥିଲା। ଯାହା ଫଳରେ ପ୍ରେମିକ ଜଣକର ୮୦ପ୍ରତିଶତ ଶରୀର ପୋଡ଼ି ହୋଇଯାଇଥିଲା। ପରେ ଚିକିତ୍ସା ଚାଲିଥିବା ବେଳେ ଉଭୟ ପ୍ରେମିକ ଓ ପ୍ରେମିକାର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ବିଜୟୱାଡାର ଏକ କୋଭିଡ୍ ସେଣ୍ଟରରେ ନର୍ସ ଭାବେ କାମ କରୁଥିଲେ। ଉଭୟ ଯୁବକ ଓ ଯୁବତୀ ଚାରିବର୍ଷ ଧରି ରିଲେସନଶିପରେ ଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ବହୁତ ପାଟିତୁଣ୍ଡ ହେଉଥିଲା। ଯାହା ଫଳରେ ଦୁହେଁ ପରସ୍ପର ସହ ସମ୍ପର୍କ କାଟିବାକୁ ନିଷ୍ପତ୍ତି ନେଇଥିଲେ। ଯୁବତୀ ଜଣକ ଯୁବକ ସହ ସବୁ ସମ୍ପର୍କ କାଟିବା ପରେ ନିଜର ସ୍ୱାଭାବିକ ଜୀବନ ବିତାଉଥିଲେ। କିନ୍ତୁ ଏହାକୁ ଯୁବକ ଜଣକ ମାନିବାକୁ ପ୍ରସ୍ତୁତ ନଥିଲେ।

ଯୁବକ ଜଣକ ଲଗାତର ଯୁବତୀଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଉଥିଲା। ଏପରିକି ଯୁବକ ଜଣକ ନିୟମିତ ଯୁବତୀଙ୍କ ପିଛା କରୁଥିଲା। ଏ ନେଇ ଯୁବତୀ ଜଣକ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ଅଭିଯୋଗ ଆଧାରରେ ପୁଲିସ୍ ଯୁବକକୁ ଥାନାକୁ ଡକାଇ ଚେତାବନୀ ଦେଇଥିଲା। ଥାନାରେ ଯୁବକ ଏକ ଅଣ୍ଡରଟେକିଂ ଦେଇ କହିଥିଲା ଯେ ଆଗକୁ ସେ ଆଉ ଯୁବତୀଙ୍କୁ ହଇରାଣ କରିବେନି। ଏହା ପରେ ଯୁବତୀ ଜଣକ ନିଜ ଅଭିଯୋଗ ଫେରାଇ ଆଣିଥିଲେ।

ସୋମବାର ଯୁବତୀ ଜଣକ ନିଜ କାମ ସାରି ଘରକୁ ଫେରୁଥିଲେ। ସେତେବେଳେ ଯୁବକ ତାଙ୍କ ପିଛା କରିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ଏହି ଝଗଡ଼ା ପରେ ଉଗ୍ର ରୂପ ନେଇଥିଲା ଏବଂ ଯୁବକ ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଥିଲା। ତେବେ ନିଆଁ ଲାଗିବା ସମୟରେ ଯୁବତୀ ଜଣକ ଯୁବକ ଜଣକୁ ଜୋରରେ ଜାବୁଡ଼ି ଧରିଥିଲା। ଯାହା ଫଳରେ ଉଭୟ ଘଟଣା ସ୍ଥଳରେ ପୋଡ଼ି ହୋଇଯାଇଥିଲେ। ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ଚିକିତ୍ସା ଚାଲିଥିବା ବେଳେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos