ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ
ନ୍ୟୁଜ୍ ଦିଲ୍ଲୀ: ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜସୱନ୍ତ ସିଂ। ୮୨ ବର୍ଷ ବୟସରେ ଆଜି ସକାଳେ ହଠାତ୍ ତାଙ୍କର ଦେହାନ୍ତ ହୋଇଛି। ଜସୱନ୍ତ ସିଂ ପ୍ରଥମେ ଦେଶର ସେନା ଭାବରେ ଯୋଗ ଦେଇଥିଲେ ପରେ ରାଜନୀତିରେ ସକ୍ରିୟ ରହିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ।
ଜସୱନ୍ତ ସିଂ ୩ ଜାନୁଆରୀ ୧୯୩୮ରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତୀୟ ସେନାରୁ ଅବସର ଗ୍ରହଣ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ପ୍ରତିଷ୍ଠାତା ସଦସ୍ୟ। ୧୯୮୦ ରୁ ୨୦୧୪ ଯାଏ ସେ ସାଂସଦ ଥିଲେ। ଯାହାକି ଏକକାଳୀନ ଏତେ ସମୟ ସାଂସଦ ରହିବାରେ ରେକର୍ଡ।
ସେ ରାଜ୍ୟସଭାର ସଦସ୍ୟ ଭାବରେ ପାଞ୍ଚଥର (୧୯୮୦, ୧୯୮୬, ୧୯୯୮, ୧୯୯୯, ୨୦୦୪) ଥିଲେ। ଲୋକସଭାକୁ ଚାରିଥର (୧୯୯୦, ୧୯୯୧, ୧୯୯୬, ୨୦୦୯) ନିର୍ବାଚିତ ହୋଇଥିଲେ। ବାଜପେୟୀ ସରକାର (୧୯୯୮-୨୦୦୪) ସମୟରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ। ସେ ଯୋଜନା ଆୟୋଗର ଡେପୁଟି ଚେୟାରମ୍ୟାନ୍ ଭାବରେ (୧୯୯୮–୯୯)ରେ ମଧ୍ୟ କାର୍ଯ୍ୟ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି। ଅଟଳ ବିହାରି ବାଜପେୟୀ ସରକାରରେ ସେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ଭଳି ମନ୍ତ୍ରୀ ପଦରେ ଥିଲେ। ତାଙ୍କ ଦେହାନ୍ତ ଖବର ଦୁଃଖ ଦାୟକ ବୋଲି ସେ କହିଛନ୍ତି।
Jaswant Singh Ji served our nation diligently, first as a soldier and later during his long association with politics. During Atal Ji’s Government, he handled crucial portfolios and left a strong mark in the worlds of finance, defence and external affairs. Saddened by his demise.
— Narendra Modi (@narendramodi) September 27, 2020
ରାଜନୀତି ତଥା ସମାଜ ପ୍ରସଙ୍ଗରେ ତାଙ୍କର ଅନନ୍ୟ ଦୃଷ୍ଟିକୋଣ ପାଇଁ ଜସୱନ୍ତ ସିଂ ସବୁଦିନ ମନେ ରହିବେ।ବିଜେପିକୁ ମଜବୁତ କରିବାରେ ତାଙ୍କର ସହଯୋଗ ରହିଛି। ଜସଓ୍ୱନ୍ତଙ୍କ ସହ ତାଙ୍କର ସମ୍ପର୍କ ସର୍ବଦା ମନେ ରହିବ ବୋଲି ମୋଦି କହିଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଜସଓ୍ୱନ୍ତ ସିଂ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ ବୋଲି ସେ କହିଛନ୍ତି।
Very sad to hear of the passing of Shri Jaswant Singh Ji. He served the nation for decades in the forces & in public life & oversaw the transformation of India's military & diplomatic ties by the Vajpayee govt. He was a true patriot. Deepest condolences to the family.
Om Shanti🙏— Baijayant Jay Panda (@PandaJay) September 27, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।