ଖ୍ରୀଷ୍ଟମାସ ବେଳେ ବିସ୍ଫୋରଣ, ତିନି ଆହତ

ନ୍ୟୁୟର୍କ: ଖ୍ରୀଷ୍ଟମାସ ଅବସରରେ ବିସ୍ଫୋରଣ। ତିନି ଜଣ ଆହତ ହୋଇଛନ୍ତି। ଆମେରିକାର ନୌଶଭିଲ୍ ପାର୍କିଂରେ କିଛି ଗାଡି ଛିଡ଼ା ହୋଇଥିବା ବେଳେ ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଏହି ବିସ୍ପୋରଣ ଷଡ଼ଯନ୍ତ୍ର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସକାଳ ପ୍ରାୟ ୬ଟା ୩୦ରେ ପୁଲିସର ମୁଖପାତ୍ର ଡନ୍ ଆରୋନ୍ ଏହା କହିଛନ୍ତି। କେହି ଉଦ୍ଦେଶ୍ୟମୂଳକ ଭାବେ ଏହା କରିଛି ବୋଲି ସେ କହିଛନ୍ତି। ଆହତ ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୁଲିସ ଏବଂ ଅଗ୍ନିଶମ ବାହିନୀ […]

usa-explosion

Subhransu Sekhar
  • Published: Friday, 25 December 2020
  • , Updated: 25 December 2020, 10:34 PM IST

ନ୍ୟୁୟର୍କ: ଖ୍ରୀଷ୍ଟମାସ ଅବସରରେ ବିସ୍ଫୋରଣ। ତିନି ଜଣ ଆହତ ହୋଇଛନ୍ତି। ଆମେରିକାର ନୌଶଭିଲ୍ ପାର୍କିଂରେ କିଛି ଗାଡି ଛିଡ଼ା ହୋଇଥିବା ବେଳେ ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଏହି ବିସ୍ପୋରଣ ଷଡ଼ଯନ୍ତ୍ର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସକାଳ ପ୍ରାୟ ୬ଟା ୩୦ରେ ପୁଲିସର ମୁଖପାତ୍ର ଡନ୍ ଆରୋନ୍ ଏହା କହିଛନ୍ତି। କେହି ଉଦ୍ଦେଶ୍ୟମୂଳକ ଭାବେ ଏହା କରିଛି ବୋଲି ସେ କହିଛନ୍ତି। ଆହତ ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।

https://twitter.com/thejimmyhall/status/1342458824628850690?s=20

Related story