ଡାଟା ଲିକ୍ ପରେ ଜୋର ଧରିଲା ରାଜନୀତି: ‍କ୍ଷମା ମାଗିଲେ ଫେସ୍‌ବୁକ ମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋସିଆଲ୍ ମିଡିଆ ଫେସବୁକ ଡାଟା ହ୍ୟାକ ଘଟଣା ନଜରକୁ ଆସିବା ପରେ କ୍ଷମା ମାଗିଛନ୍ତି ଫେସବୁକ ମୁଖ୍ୟ ମାକ୍ ଜୁକରବର୍ଗ। କମ୍ପାନୀ ପକ୍ଷରୁ ତୃଟି ହୋଇଥିବା ସ୍ୱୀକାର କରାଯାଇଛି  କିନ୍ତୁ କଣ ତୃଟି ହୋଇଛି ସେ ସମ୍ପର୍କରେ ଜଣାଇନାହାନ୍ତି। ସେ କହିଛନ୍ତି ଭାରତୀୟ ନିର୍ବାଚନରେ ଫେସ୍‌ବୁକକୁ ମିସ୍ ୟୁଜ୍‌ ହେବାକୁ ଦିଆଯିବନି। ୫ କୋଟି ୟୁଜର୍ସଙ୍କ ଡାଟା କିପରି ହ୍ୟାକ ହେଲା ସେ ନେଇ କମ୍ପାନୀ ପକ୍ଷରୁ ତଦନ୍ତ କରାଯାଉଛି। ଫେସବୁକ୍ ତଥ୍ୟକୁ କେମ୍ବ୍ରିଜ […]

facebook_1521649559_618x347

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 01:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋସିଆଲ୍ ମିଡିଆ ଫେସବୁକ ଡାଟା ହ୍ୟାକ ଘଟଣା ନଜରକୁ ଆସିବା ପରେ କ୍ଷମା ମାଗିଛନ୍ତି ଫେସବୁକ ମୁଖ୍ୟ ମାକ୍ ଜୁକରବର୍ଗ। କମ୍ପାନୀ ପକ୍ଷରୁ ତୃଟି ହୋଇଥିବା ସ୍ୱୀକାର କରାଯାଇଛି  କିନ୍ତୁ କଣ ତୃଟି ହୋଇଛି ସେ ସମ୍ପର୍କରେ ଜଣାଇନାହାନ୍ତି। ସେ କହିଛନ୍ତି ଭାରତୀୟ ନିର୍ବାଚନରେ ଫେସ୍‌ବୁକକୁ ମିସ୍ ୟୁଜ୍‌ ହେବାକୁ ଦିଆଯିବନି।

୫ କୋଟି ୟୁଜର୍ସଙ୍କ ଡାଟା କିପରି ହ୍ୟାକ ହେଲା ସେ ନେଇ କମ୍ପାନୀ ପକ୍ଷରୁ ତଦନ୍ତ କରାଯାଉଛି। ଫେସବୁକ୍ ତଥ୍ୟକୁ କେମ୍ବ୍ରିଜ ଆନାଲିଟିକା ପକ୍ଷରୁ ହ୍ୟାକ କରାଯାଇଥିବା ଅଭିଯୋଗ ହେବା ପରେ ଅଡୁଆରେ ପଡିଛି ଫେସବୁକ୍ କମ୍ପାନୀ। ଅନ୍ୟପଟେ ଆଜି ମଧ୍ୟ ଏହାକୁ ନେଇ ତ୍ରୀବ ରୂପ ନେଇଛି ରାଜନୀତି। କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏହାକୁ ନେଇ ଟଣା ଓଟରା ଲାଗି ରହିଛି।

Related story