କରୋନାକୁ ନେଇ ଫେକ୍‌ ଭିଡିଓ ଶେୟାର କରିଥିଲେ ଟ୍ରମ୍ପ, ଏବେ ସୋଶାଲ ମିଡିଆରୁ ହଟିଲା

ୱାଶିଂଟନ: କରୋନା ଆରୋଗ୍ୟକୁ ନେଇ କରାଯାଉଥିବା ଦାବି ସମ୍ପର୍କିତ ଫେକ ଭିଡିଓ ଶେୟାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଭିଡିଓରେ ଆଣ୍ଟି ମ୍ୟାଲେରିୟା ଡ୍ରଗ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇବା ଦ୍ୱାରା କରୋନାରୁ ମୁକ୍ତି ମିଳୁଛି ବୋଲି ଦର୍ଶା ଯାଇଥିଲେ। ତେବେ ଏହାକୁ ରାଷ୍ଟ୍ରପତି ଟ୍ରମ୍ପ ଶେୟାର କରିଥିବାରୁ ପ୍ରାୟ ୮୪ ମିଲିୟନ ଲୋକ ଏହାକୁ ଦେଖିଥିଲେ। କିନ୍ତୁ ଏହା ଫେକ ବୋଲି ଜଣାପଡ଼ିବାରୁ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ଫେସବୁକ, ଟ୍ୱିଟର ଓ ୟୁଟ୍ୟୁବ […]

di

Hemant Lenka
  • Published: Wednesday, 29 July 2020
  • , Updated: 29 July 2020, 09:12 PM IST

ୱାଶିଂଟନ: କରୋନା ଆରୋଗ୍ୟକୁ ନେଇ କରାଯାଉଥିବା ଦାବି ସମ୍ପର୍କିତ ଫେକ ଭିଡିଓ ଶେୟାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଭିଡିଓରେ ଆଣ୍ଟି ମ୍ୟାଲେରିୟା ଡ୍ରଗ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇବା ଦ୍ୱାରା କରୋନାରୁ ମୁକ୍ତି ମିଳୁଛି ବୋଲି ଦର୍ଶା ଯାଇଥିଲେ।

ତେବେ ଏହାକୁ ରାଷ୍ଟ୍ରପତି ଟ୍ରମ୍ପ ଶେୟାର କରିଥିବାରୁ ପ୍ରାୟ ୮୪ ମିଲିୟନ ଲୋକ ଏହାକୁ ଦେଖିଥିଲେ। କିନ୍ତୁ ଏହା ଫେକ ବୋଲି ଜଣାପଡ଼ିବାରୁ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ଫେସବୁକ, ଟ୍ୱିଟର ଓ ୟୁଟ୍ୟୁବ ଏହାକୁ ନିଜ ନିଜର ଫ୍ଲାଟଫର୍ମରୁ ହଟାଇ ଦେଇଛନ୍ତି।

ଦକ୍ଷିଣ ପନ୍ଥୀ ପବ୍ଲିକେଶନ Breitbart ପକ୍ଷରୁ ଏହି ଭିଡିଓକୁ ତିଆରି କରାଯାଇ ଲୋକଙ୍କ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ଭିଡିଓରେ କିଛି ଲୋକ ଧଳା ରଙ୍ଗର ଲ୍ୟାବ କୋଟ୍‌ ପିନ୍ଧି ୱାଶିଂଟନ ଡିସିରେ ଥିବା ଆମେରିକା ସୁପ୍ରିମକୋର୍ଟ ଆଗରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି।

ସେମାନେ ଦାବି କରିଥିଲେ ଯେ କରୋନାକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ମାତ ଦେଇପାରୁଛି। ତେଣୁ ଆପଣମାନଙ୍କୁ କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବାର ଆବଶ୍ୟକ ନାହିଁ। ସୋମବାର ସନ୍ଧ୍ୟା ସୁଦ୍ଧା କେବଳ ଫେସବୁକରେ ଏହାକୁ ୨୦ ମିଲିୟନରୁ ଅଧିକ ଲୋକ ଦେଖିସାରିଥିଲେ।

ଭିଡିଓରେ ଆହୁରି କୁହାଯାଇଥିଲେ ଯେ ଏହି ଭାଇରସରୁ ଆରୋଗ୍ୟ ମିଳିପାରିବ। ହାଇଡ୍ରୋକ୍ସି କ୍ଲୋରୋକୁଇନ, zinc, and Zithromax ଖାଇଲେ ଭାଇରସକୁ ଜଣେ ମାତ ଦେଇପାରିବ। ଆପଣ ମାସ୍କ ପିନ୍ଧିବା ଦରକାର ନାହିଁ। ଏହା ଭଲ ହୋଇଯିବ। ଏଭଳି ଫେକ ଭିଡିଓର ସତ୍ୟାସତ୍ୟ ନ ଜାଣି ଟ୍ରମ୍ପ ମଧ୍ୟ ଏହାକୁ ଶେୟାର କରିଥିଲେ।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ବଢ଼ୁଥିବା ଆମେରିକାରେ ଜରୁରୀ କାଳୀନ ଚିକିତ୍ସା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ଅନୁମତି ମିଳିଥିଲା। ହେଲା ଏହା ଫଳପ୍ରଦ ନ ହେବାରୁ ଆମେରିକା ପକ୍ଷରୁ ଏହା ଉପରେ ରୋକ ଲଗା ଯାଇଛି। ତଥାପି ଟ୍ରମ୍ପ ମାସ୍କ ନ ପିନ୍ଧିବାକୁ କହୁଥିବା ଭିଡିଓ ଶେୟାର କରି ହଟହଟା ହୋଇଛନ୍ତି।

Related story