ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସରକାରୀ ବ୍ୟାଙ୍କ ଆଗରେ ଛିଡା ହୋଇଥିବା ଏନ୍ପିଏ (NPA- Non Performing Assets ) ସମସ୍ୟାର ମୁକାବିଲା କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବ୍ୟାଙ୍କୁଗୁଡିକୁ ଏନ୍ପିଏରୁ ମୁକ୍ତ କରିବା ପାଇଁ ଗତ ଜାନୁଆରୀରେ ସରକାର ୨.୧ ଲକ୍ଷ କୋଟି ଟଙ୍କାର ରିକ୍ୟାପିଟାଲାଇଜେଶନ ପ୍ରୋଗ୍ରାମକୁ ମଞ୍ଜୁରୀ ଦେଇଥିଲେ। ଏବେ ସର୍ବାଧିକ ଏନ୍ପିଏ ଥିବା IDBAକୁ ଦେଶର ସବୁଠାରୁ ବଡ଼ ଇନ୍ସ୍ୟୁରାନ୍ସ କମ୍ପାନୀ ‘ଲାଇଫ ଇନ୍ସ୍ୟୁରାନ୍ସ କୋର୍ପୋରେଶନ ଅଫ୍ ଇଣ୍ଡିଆ’ (LIC)କୁ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର।
ଏଲ୍ଆଇସିରେ ଦେଶର ଅଧିକାଂଶ ଜନତାଙ୍କ ପୁଞ୍ଜି ରହିଛି। ଏମାନେ ପ୍ରତିବର୍ଷ ନିଜ ରୋଜଗାରରୁ ହଜାର ହଜାର ଟଙ୍କା ବଞ୍ଚାଇ ଏଲ୍ଆଇସି ପଲିସ୍ରେ ରଖିଥାନ୍ତି। ଏହି ପଲିtg ଜରିଆରେ ସେମାନଙ୍କର ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭବିଷ୍ୟତ ସୁରକ୍ଷିତ ରହିଥାଏ। ହେଲେ ଏବେ କେନ୍ଦ୍ର ସରକାର ଏହି ସରକାରୀ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ଏହାକୁ ଏଲ୍ଆଇସି ଅଧୀନକୁ ଆଣିବାକୁ ଯାଉଛନ୍ତି। ଏହାର ଅର୍ଥ ହେଲା, ଆପଣ ପ୍ରତିବର୍ଷ ଯେଉଁ ଟଙ୍କା ଏଲଆଇସି ପଲିସିରେ ପ୍ରିମିୟମ ଭାବରେ ରଖିବେ, ତାହା ବୁଡିବାକୁ ବସିଥିବା IDBI ବ୍ୟାଙ୍କକୁ ବଞ୍ଚାଇବାକୁ ବ୍ୟବହାର କରାଯିବ।
ସରକାରଙ୍କ ଏପରି ଯୋଜନା ପରେ ଏବେ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ସରକାରଙ୍କ ଏହି ନିଷ୍ପତ୍ତି କ’ଣ ଏଲ୍ଆଇସି ଗ୍ରାହକଙ୍କ ହିତରେ ଅଛି? ଏହାଦ୍ୱାରା IDBI ବ୍ୟାଙ୍କର ଏନ୍ପିଏ ସମସ୍ୟା ଦୂର ହୋଇଯିବ ବୋଲି କ’ଣ କେନ୍ଦ୍ର ସରକାର ଗ୍ୟାରେଣ୍ଟି ଦେବେ? କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ କ’ଣ ଏଲ୍ଆଇସି ଗ୍ରାହକଙ୍କ ନିବେଶ ସୁରକ୍ଷିତ ରହିବ।
୨୧ଟି ସରକାରୀ ବ୍ୟାଙ୍କ ମଧ୍ୟରୁ IDBIରେ କେନ୍ଦ୍ର ସରକାରଙ୍କ ୮୫ ପ୍ରତିଶତ ଭାଗିଦାରୀ ରହିଛି। ଦୁର୍ବଳ ବ୍ୟାଙ୍କ ଗୁଡିକ ମଧ୍ୟରେ IDBIର ସର୍ବାଧିକ ଏନ୍ପିଆଇ ରହିଛି। ୨୦୧୮ ବର୍ଷରେ କେନ୍ଦ୍ର ସରକାର ନିଜ ରିକ୍ୟାପିଟାଲାଇଜେଶନ ପ୍ରୋଗ୍ରାମ ଜରିଆରେ ୧୦,୬୧୦ କୋଟି ଟଙ୍କା ବ୍ୟାଙ୍କରେ ଭରିଛନ୍ତି।
ଗତ କିଛିବର୍ଷ ହେବ ବ୍ୟାଙ୍କିଂ କ୍ଷେତ୍ରରେ ସୁଧାର ପାଇଁ ଦୁର୍ବଳ ହୋଇପଡ଼ିଥିବା ବ୍ୟାଙ୍କଗୁଡିକରେ ସରକାର ନିଜ ଭାଗିଦାରୀ କମାଉଛନ୍ତି। ଏହି ରଣନୀତି ଅନୁସାରେ IDBIରେ ନିଜ ଭାଗିଦାରୀ କମାଇବାକୁ କେନ୍ଦ୍ର ସରକାରଙ୍କ ପାଇଁ ସହଜ ହେବ। କାରଣ IDBI ନ୍ୟାସନାଲାଇଜେସନ୍ ଆକ୍ଟରେ ଆସୁନାହିଁ। ଏଥିରୁ ଅଂଶଧନ କମାଇଲେ ସରକାରଙ୍କୁ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ।
LIC ଲମ୍ବା ସମୟରୁ ବ୍ୟାଙ୍କିଂ କ୍ଷେତ୍ରରେ ସ୍ଥାନ ପକ୍କା କରିବାକୁ ଚାହୁଁଛି। ଏହାର କାରଣ ହେଉଛି, ତା’ ପାଖରେ ବହୁ ପରିମାଣରେ ପଡ଼ି ରହିଥିବା କ୍ୟାପିଟାଲ (ଟଙ୍କା) ବିନିଯୋଗ କରିବା। ପୂର୍ବରୁ କେନ୍ଦ୍ର ସରକାର LICକୁ ନିଜ ପାଖରେ ପଡି ରହିଥିବା ଟଙ୍କା ସେୟାର ବଜାରରେ ଲଗାଇବାକୁ ଅନୁମତି ଦେଇସାରିଛି। ସରକାରଙ୍କ ଏପରି ନିଷ୍ପତ୍ତି ମଧ୍ୟ ବୀମାଧାରୀଙ୍କ ଟଙ୍କାର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇ ଦେଇଛି।
ଅନ୍ୟପକ୍ଷରେ ଏଲଆଇସି ବ୍ୟାଙ୍କିଂ ସେକ୍ଟରରେ ପ୍ରବେଶ କରିବା ପାଇଁ ପୂର୍ବରୁ IDBI ସମେତ ପ୍ରାୟ ସବୁ ବ୍ୟାଙ୍କରେ କିଛି ସେୟାର କିଣିକି ବସିଛି। କେନ୍ଦ୍ର ସରକାର ବ୍ୟାଙ୍କିଂ ସୁଧାର ନାଁରେ IDBIରୁ ଭାଗିଦାରୀ ଛାଡିବାକୁ ଚାହୁଁଥିବା ବେଳେ LIC ପାଇଁ ନିଜର ଏକ ବ୍ୟାଙ୍କ କରିବାକୁ ଏହା ସୁଯୋଗ ଦେଇଛି।
ବ୍ୟାଙ୍କିଂ କ୍ଷେତ୍ରରେ ନଥାଇବି LIC ୨୦୧୭ରେ ୧ ଟ୍ରିଲିୟମରୁ ଅଧିକ ଟଙ୍କା ଋଣ ଆକାରରେ ବଜାରକୁ ଛାଡିଥିଲା। ନିଜର ଏହି ବ୍ୟବସାୟକୁ ଠିକ୍ରେ ପରିଚାଳନା କରିବା ପାଇଁ ଦେଶର ପ୍ରାୟ ସବୁ ବ୍ୟାଙ୍କରେ ନିଜର ସେୟାର କିଣିକି ରଖିଛି। ଏପରି ସ୍ଥିତିରେ ଯଦି LIC ନିଜେ ବ୍ୟାଙ୍କ କରେ ତେବେ ସେ ବି ଅନ୍ୟ ବ୍ୟାଙ୍କମାନଙ୍କ ପରି ଋଣ ଦେଇ ଏନନପିଏ ଜାଲରେ ଫସିବାର ଆଶଙ୍କା ରହିଛି। ଏହାବାଦ LIC ସ୍ୱତନ୍ତ୍ର ଭାବେ ବ୍ୟାଙ୍କ ଚଳାଇ ପାରିବ ଏହାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ଯଦି ଏପରି ହୁଏ ତେବେ ଲକ୍ଷ ଲକ୍ଷ କୋଟି ଟଙ୍କା ନିଜ ଭବିଷ୍ୟତ ପାଇଁ LIC ପ୍ରିମିୟମ ଭାବେ ରଖିଥିବା ଭାରତୀୟଙ୍କ ଅବସ୍ଥା କ’ଣ ହେବ ତାହା କଳ୍ପନା ମଧ୍ୟ କରିବା ଅସମ୍ଭବ।
ସୌଜନ୍ୟ: ଆଜ୍ତକ୍