ନୂଆଦିଲ୍ଲୀ: ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ଦେବ ସିବିଏସଇ। କରୋନା ଭାଇରସ ବିପତ୍ତିକୁ ନଜରରେ ରଖି ସିବିଏସଏଇ ଏଭଳି ନିଷ୍ପତ୍ତି ନେଇଛି। ସ୍କୁଲରେ ଆଉ ଥରେ ଫେଲ୍ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ପାସ୍ କରିଲେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ। ଏ ନେଇ ସିବିଏସଏଇ ପକ୍ଷରୁ ଟୁଇଟ୍ କରି କୁହାଯାଇଛି।
https://twitter.com/cbseindia29/status/1260894424004915200
କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ପରାମର୍ଶକ୍ରମେ ସିବିଏସଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସିବିଏସଇ ବୋର୍ଡର କୋଣ୍ଟ୍ରୋଲର ସନ୍ୟମ ଭରଦ୍ୱାଜ କହିଛନ୍ତି, ସ୍କୁଲ୍ ନବମ ଏବଂ ଏକାଦଶ ଶ୍ରେଣୀର ପରୀକ୍ଷା ଅନଲାଇନ୍ କିମ୍ୱା ଅଫଲାଇନ୍ ମାଧ୍ୟମରେ କରିପାରେ। ତେବେ ଏହି ସୁଯୋଗ କେବଳ ଚଳିତ ବର୍ଷ ପାଇଁ ରହିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ମାର୍ଚ୍ଚ ୧୬ରେ ସ୍କୁଲ୍ ଗୁଡ଼ିକ ବନ୍ଦ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଟ୍ରକ୍କୁ ପିଟିଲା ଅଟୋ, ଚାଲିଗଲା ୬ ଜୀବନ
ମହାରାଷ୍ଟ୍ରର ନାସିକ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।
National
ତୀର୍ଥରାଜ ପ୍ରୟାଗରେ ମହାକୁମ୍ଭ ମେଳା ଆରମ୍ଭ, ଶ୍ରଦ୍ଧାଳୁଙ୍କ ଉପରେ ହେବ ପୁଷ୍ପ ବର୍ଷା
ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।