ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜ୍ୟପାଳଙ୍କୁ ଦାବି ଜଣାଇଲେ ଶ୍ରୀକାନ୍ତ

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ବିଜେପି-ଶିବସେନା ମଧ୍ୟରେ ବିବାଦର ସମାଧାନ ହୋଇନାହିଁ। ତେଣୁ ମହାରାଷ୍ଟ୍ରରେ ସରକାର ଗଢ଼ିବା ବିଳମ୍ୱ ହେବ ବୋଲି ଜଣାପଡ଼ିଛି। ଏହାରି ଭିତରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଚାଷୀ ଶ୍ରୀକାନ୍ତ ବି ଗଦଲେ ମୁଖ୍ୟମନ୍ତ୍ରୀ ହେବାକୁ ନିଜର ଇଚ୍ଛା ଜାହିର କରିଛନ୍ତି। ଏ ନେଇ ମହାରାଷ୍ଚ୍ର ରାଜ୍ୟପାଳଙ୍କୁ ସେ ଚିଠି ଲେଖିଛନ୍ତି। ରାଜ୍ୟପାଳଙ୍କୁ ଶ୍ରୀକାନ୍ତ ଲେଖିଥିବା ଚିଠିରେ କହିଛନ୍ତି, ‘ଯେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୌଣସି ନିଷ୍ପତ୍ତି […]

maharshtra bhaban

Subhransu Sekhar
  • Published: Friday, 01 November 2019
  • , Updated: 01 November 2019, 10:16 AM IST

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ବିଜେପି-ଶିବସେନା ମଧ୍ୟରେ ବିବାଦର ସମାଧାନ ହୋଇନାହିଁ। ତେଣୁ ମହାରାଷ୍ଟ୍ରରେ ସରକାର ଗଢ଼ିବା ବିଳମ୍ୱ ହେବ ବୋଲି ଜଣାପଡ଼ିଛି। ଏହାରି ଭିତରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଚାଷୀ ଶ୍ରୀକାନ୍ତ ବି ଗଦଲେ ମୁଖ୍ୟମନ୍ତ୍ରୀ ହେବାକୁ ନିଜର ଇଚ୍ଛା ଜାହିର କରିଛନ୍ତି। ଏ ନେଇ ମହାରାଷ୍ଚ୍ର ରାଜ୍ୟପାଳଙ୍କୁ ସେ ଚିଠି ଲେଖିଛନ୍ତି।

ରାଜ୍ୟପାଳଙ୍କୁ ଶ୍ରୀକାନ୍ତ ଲେଖିଥିବା ଚିଠିରେ କହିଛନ୍ତି, ‘ଯେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସେପର୍ଯ୍ୟନ୍ତ ମୋତେ ମୁଖ୍ୟମନ୍ତ୍ରୀ କରାଯାଉ। ନିକଟରେ ଲଗାଣ ବର୍ଷା ପାଇଁ ଫସଲ ନଷ୍ଟ ହୋଇଯାଇଛି। ଏଥିପାଇଁ ଚାଷୀ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି। ରାଜ୍ୟରେ ଶୀଘ୍ର ଏକ ସରକାରର ଆବଶ୍ୟକତା ରହିଛି’।

https://twitter.com/ANI/status/1190097030233767941

ସୂଚନାଯୋଗ୍ୟ, ଅକ୍ଚୋବର ୨୧ରେ ଭୋଟ ହୋଇ ୨୪ରେ ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ବିଜେପି ୧୦୫ଟି ଆସନ, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୬ ରହିଛି ମ୍ୟାଜିକ ନମ୍ୱର। ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢ଼ିଛି। ଏହାରି ଭିତରେ ଶିବସେନା ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି।

Related story