ଚାଷୀ ବଢ଼ାଇଲେ ବିଜେପି ନେତାଙ୍କ ଟେନସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଚାଷୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ପହଞ୍ଚି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଲୋଚନା କରୁଛନ୍ତି। ଏହାରି ଭିତରେ ଚାଷୀ ଡିସେମ୍ୱର ୧୨ ତାରିଖରେ ଦିଲ୍ଲୀ ଜୟପୁର ରାସ୍ତା ବନ୍ଦ କରିବାକୁ ଡକରା ଦେଇଛନ୍ତି। ଏହାପରେ ୧୪ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ବିଜେପି ପାର୍ଟି ଅଫିସ ଘେରାଉ କରିବା ପାଇଁ ଚାଷୀ ଡାକରା ଦେଇଛନ୍ତି। […]

delhi-farmer-protest

Subhransu Sekhar
  • Published: Wednesday, 09 December 2020
  • , Updated: 09 December 2020, 06:07 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଚାଷୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ପହଞ୍ଚି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଲୋଚନା କରୁଛନ୍ତି। ଏହାରି ଭିତରେ ଚାଷୀ ଡିସେମ୍ୱର ୧୨ ତାରିଖରେ ଦିଲ୍ଲୀ ଜୟପୁର ରାସ୍ତା ବନ୍ଦ କରିବାକୁ ଡକରା ଦେଇଛନ୍ତି। ଏହାପରେ ୧୪ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ବିଜେପି ପାର୍ଟି ଅଫିସ ଘେରାଉ କରିବା ପାଇଁ ଚାଷୀ ଡାକରା ଦେଇଛନ୍ତି। ଯାହାକି ବିଜେପି ନେତାଙ୍କ ଟେନସନ ବଢ଼ାଉଛି।

https://twitter.com/ANI/status/1336638852610473984?s=20

ସିଂଘୁ ସୀମାରେ ଚାଷୀ ନେତା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି। ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ। ସମସ୍ତ ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ଆହ୍ୱାନ କରିଛନ୍ତି। ଏଥିସହ ୧୪ ତାରିଖ ଦିନ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଜେପି ପାର୍ଟି ଅଫିସ ଘେରାଉ କରିବା ପାଇଁ ଚାଷୀ ସଂଘ ଡାକରା ଦେଇଛି।

ଚାଷୀମାନେ ସରକାରକୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୈଠକ କରିଥିଲେ। ଏଥିରେ ୧୩ରୁ ଅଧିକ ଚାଷୀ ସଂଗଠନର ନେତା ଯୋଗ ଦେଇଥିଲେ। ଏହାପରେ ଆଜି ହେବାକୁ ଥିବା ଚାଷୀ ସଂଗଠନର ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା ୬ଷ୍ଠ ରାଉଣ୍ଡ ବୈଠକକୁ ସ୍ଥଗିତ ରଖାଯାଇଛି।

Related story