ଫେବୃଆରୀ ୧ରେ ଚାଷୀଙ୍କ ସଂସଦ ଅଭିମୁଖେ ପଦଯାତ୍ରା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିବା ଚାଷୀ ସଂଗଠନ ଆଗକୁ ସଂସଦ ମଧ୍ୟ ଘେରାଉ କରିବ। ଆସନ୍ତା ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସେହିଦିନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ସଂସଦ ଅଭିମୁଖେ ପଦଯାତ୍ରା କରିବେ। ଏହି ପଦଯାତ୍ରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ […]

c

Hemant Lenka
  • Published: Monday, 25 January 2021
  • , Updated: 25 January 2021, 06:38 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିବା ଚାଷୀ ସଂଗଠନ ଆଗକୁ ସଂସଦ ମଧ୍ୟ ଘେରାଉ କରିବ। ଆସନ୍ତା ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।

ସେହିଦିନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ସଂସଦ ଅଭିମୁଖେ ପଦଯାତ୍ରା କରିବେ। ଏହି ପଦଯାତ୍ରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ ବୋଲି କ୍ରାନ୍ତିକାରୀ କିଷାନ ୟୁନିୟନ ପକ୍ଷରୁ କୁହାଯାଇଛି।

ୟୁନିୟନର ଦର୍ଶନ ପଲ କହିଛନ୍ତି, ଯଦି ଆମର ଦାବି ମୁତାବକ କୃଷି ଆଇନକୁ ଉଚ୍ଛେଦ କରାଯିବ ନାହିଁ, ତା’ହେଲେ ଆମେ ସଂସଦ ଅଭିମୁଖେ ପଦଯାତ୍ରା କରିବୁ। ଫେବୃଆରୀ ୧ରେ ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ସଂସଦ ଅଭିମୁଖେ ପଦଯାତ୍ରା କରିବେ। ସରକାର ଯେଉଁ ପର୍ଯ୍ୟନ୍ତ କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନାହାନ୍ତି, ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

Related story