ହାଡ଼ଭଙ୍ଗା ଶୀତ ପରେ ବର୍ଷାରେ ଭିଜିଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଏବେ ଆନ୍ଦୋଳନରେ ବସିଛନ୍ତି। ହାଡଭଙ୍ଗା ଶୀତ, କାକର ସହିବା ପରେ ଏବେ ବର୍ଷାର ସାମ୍ନା କରିଛନ୍ତି। ଆଜି ସକାଳେ ଆନ୍ଦୋଳନକାରୀ ଚାଷୀଙ୍କ ତମ୍ବୁରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। ପରିଣାମସ୍ୱରୂପ ଜାଳେଣୀ କାଠ, ଶୀତ ବସ୍ତ୍ର ବର୍ଷାରେ ଭିଜି ଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଅଭିମନ୍ୟୁ କୋହର କହିଛନ୍ତି ଯେ ମାସେ ହେବ ଚାଷୀମାନେ ତମ୍ବୁ, ପାଲ ପକାଇ ରହୁଛନ୍ତି। କିନ୍ତୁ ଥଣ୍ଡା ଏବଂ […]

farmer-strike

Subhransu Sekhar
  • Published: Sunday, 03 January 2021
  • , Updated: 03 January 2021, 06:55 PM IST

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଏବେ ଆନ୍ଦୋଳନରେ ବସିଛନ୍ତି। ହାଡଭଙ୍ଗା ଶୀତ, କାକର ସହିବା ପରେ ଏବେ ବର୍ଷାର ସାମ୍ନା କରିଛନ୍ତି। ଆଜି ସକାଳେ ଆନ୍ଦୋଳନକାରୀ ଚାଷୀଙ୍କ ତମ୍ବୁରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। ପରିଣାମସ୍ୱରୂପ ଜାଳେଣୀ କାଠ, ଶୀତ ବସ୍ତ୍ର ବର୍ଷାରେ ଭିଜି ଯାଇଛି।

ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଅଭିମନ୍ୟୁ କୋହର କହିଛନ୍ତି ଯେ ମାସେ ହେବ ଚାଷୀମାନେ ତମ୍ବୁ, ପାଲ ପକାଇ ରହୁଛନ୍ତି। କିନ୍ତୁ ଥଣ୍ଡା ଏବଂ ଜଳସ୍ତର ଯୋଗୁଁ ତମ୍ବୁଗୁଡ଼ିକ ଜଳବନ୍ଦୀ ହୋଇ ରହିଛି। ଏତେ ପରେ ବି ସରକାର ନିଦାବିଷ୍ଣୁ ପାଲଟିଛନ୍ତି।

ସେହିପିର ଭାରତ କିଷାନ ୟୁନିଅନର ନେତା ସୁଖଦେବ ସିଂ କହିଛନ୍ତି ଶୀତରୁ ରକ୍ଷା ପାଇବା ପାଇଁ ଚାଷୀ ଓ୍ୱାଟର ଫ୍ରୁପ୍ ତମ୍ୱୁ ବ୍ୟବହାର କରୁଥିଲେ। ଏବେ ବର୍ଷା ହେବା ପରେ ତମ୍ୱୁ ପାଣିରେ ବୁଡ଼ି ହୋଇଯାଇଛି। ବର୍ଷା ପାଇଁ କମ୍ବଳ, ପୋଷାକ, କାଠ ଆଦି ଓଦା ହୋଯାଇଛି।

ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏବେ ବି ଆକାଶ ମେଘୁଆ ରହିଛି। ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରୀ ସେଲସିୟସ ରହିଥିବାବେଳେ ୨୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସେହିପରି ଗାଜିପୁର ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ କହିଛନ୍ତି ଯେ, ଝଡ଼ତୋଫାନ ଆସିଲେ ମଧ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ।

Related story