ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥିତ ରହିବେ ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ସୋମବାର ପାଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ତେବେ ବର୍ଷେ ପରେ ସଂସଦରେ ଉପସ୍ଥିତ ରହିବେ ନ୍ୟାଶନାଲ କନଫରେନସ ଦଳର ସଭାପତି ସାଂସଦ ଫାରୁକ ଅବଦୁଲ୍ଲା।  ଅଗଷ୍ଟ ୫, ୨୦୧୯ ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରର ଏହି ନେତା ଗୃହବନ୍ଦୀ ହୋଇ ରହିଥିଲେ। ଏବେ ଧାରା ୩୭୦ ଉଚ୍ଛେଦ ପରେ ସେ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥିତ ରହିବାକୁ ଯାଉଛନ୍ତି। ସେ କହିଛନ୍ତି, “ହଁ, ମୁଁ ସଂସଦରେ […]

farooq abdullha

Subhransu Sekhar
  • Published: Sunday, 13 September 2020
  • , Updated: 13 September 2020, 05:25 PM IST

ନୂଆଦିଲ୍ଲୀ: ସୋମବାର ପାଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ତେବେ ବର୍ଷେ ପରେ ସଂସଦରେ ଉପସ୍ଥିତ ରହିବେ ନ୍ୟାଶନାଲ କନଫରେନସ ଦଳର ସଭାପତି ସାଂସଦ ଫାରୁକ ଅବଦୁଲ୍ଲା।  ଅଗଷ୍ଟ ୫, ୨୦୧୯ ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରର ଏହି ନେତା ଗୃହବନ୍ଦୀ ହୋଇ ରହିଥିଲେ। ଏବେ ଧାରା ୩୭୦ ଉଚ୍ଛେଦ ପରେ ସେ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥିତ ରହିବାକୁ ଯାଉଛନ୍ତି।

ସେ କହିଛନ୍ତି, "ହଁ, ମୁଁ ସଂସଦରେ ଯୋଗଦେବାକୁ ଯାଉଛି। ଯଦିଓ ପ୍ରଶ୍ନକାଳର ସୁଯୋଗ ନାହିଁ ତେଣୁ ପ୍ରତିଦିନ ଚାରି ଘଣ୍ଟା ବସିବି। ମୁଁ ଆମ ସ୍ଥାନୀୟ ଅଞ୍ଚଳର ସମସ୍ୟା ଏବଂ ପ୍ରସଙ୍ଗକୁ ସଠିକ୍ ସମୟରେ ଉଠାଇବି"।

ଗତ ବର୍ଷ ଧାରା ୩୭୦ ରଦ୍ଦ ଉପରେ ବିତର୍କ ସମୟରେ ଅନେକ ବିରୋଧୀଦଳ ନେତା ଦାବି କରିଥିଲେ ଯେ ଜଣେ ଅବଦୁଲ୍ଲାଙ୍କୁ ସଂସଦରେ ଯୋଗଦେବାକୁ ଅନୁମତି ଦିଆଯାଉ। ହେଲେ ଜମ୍ମୁ କଶ୍ମୀରର ସ୍ଥିତିକୁ ଦେଖି ସରକାର ଅନୁମତି ଦେଇନଥିଲେ।

କରୋନା ମହାମାରୀ ଅନ୍ତିମ ଥର ମାର୍ଚ୍ଚ ୨୫ରେ ସଂସଦ ଅଧିବେଶନକୁ କାଟଛାଟ କରି ଶେଷ କରାଯାଇଥିଲା।  କରୋନା ପାଇଁ ସେପ୍ଟେମ୍ବର ୧୪ ରୁ ଅକ୍ଟୋବର ୧ ମଧ୍ୟରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଯଦିଓ ପ୍ରଶ୍ନକାଳ ବାତିଲ କରାଯାଇଛି ହେଲେ ଲିଖିତ ଭାବରେ ପ୍ରଶ୍ନର ଉତ୍ତର ମିଳିବ ବୋଲି ସରକାର ସୁନିଶ୍ଚିତ କରିଛନ୍ତି।

ଅବଦୁଲ୍ଲା ସଂସଦରେ ଉପସ୍ଥିତି ରହିଲେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ସଭାପତି ମେହବୁବା ମୁଫତିଙ୍କ ଉପରେ ଲାଗିଥିବା ଜନ ସୁରକ୍ଷା ଆଇନ୍ (ପିଏସଏ) ଆଇନ୍ ପ୍ରତ୍ୟାହାର ପାଇଁ ଦାବି ହେବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୧୩ ଏବଂ ମାର୍ଚ୍ଚ ୨୪, ୨୦୨୦ରେ ଜମ୍ମୁ କଶ୍ମୀରର ଅଧିକାଂଶ ମୁଖ୍ୟ ରାଜନୀତିକ ନେତା ଫାରୁକ୍ ଏବଂ ତାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କୁ ମୁକ୍ତ କରାଯାଇଥିବାବେଳେ ମୁଫତି ଜନ ସୁରକ୍ଷା ଆଇନ ଅଧୀନରେ ରହିଛନ୍ତି।

Related story