ପଞ୍ଚ ତାରକା ହୋଟେଲ୍‌ରେ ଖାଇ ପଇସା ନ ଦେଇ ଖସି ଯାଉଥିଲେ ଏ ବାପ-ପୁଅ

ମୁମ୍ବାଇ: ପଞ୍ଚ ତାରକା ହୋଟେଲ୍‌ ଗୁଡ଼ିକୁ ଚକମା ଦେଇ ହଜାର ହଜାର ଟଙ୍କାର ଖାଦ୍ୟ ଖାଇ ଖସି ପଳାଉଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଦୁଇ ଜଣଙ୍କ ବ୍ୟକ୍ତିଙ୍କୁ ଗିରଫ କରିଛି। ଏ ଦୁଇ ଜଣ ସଂପର୍କରେ ବାପ ଓ ପୁଅ। ଏମାନେ ନିଜକୁ କର୍ପୋରେଟ୍ ହାଉସ୍‌ର କର୍ମଚାରୀ ଅବା ବ୍ୟବସାୟୀ ବୋଲି ପରିଚୟ ଦେଉଥିଲେ। ଏ ବାପ-ପୁଅ ପ୍ରଥମେ ହୋଟେଲ୍‌ରେ ବୁକିଂ କରୁଥିଲେ। ତା’ପରେ ଫୋନ୍ କରି କାର୍ ପଠାଇବାକୁ ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ କହୁଥିଲେ। ହୋଟେଲ୍‌ରେ ଚେକ୍ […]

666

Jitendra Garnayak
  • Published: Tuesday, 15 January 2019
  • , Updated: 15 January 2019, 10:22 AM IST

ମୁମ୍ବାଇ: ପଞ୍ଚ ତାରକା ହୋଟେଲ୍‌ ଗୁଡ଼ିକୁ ଚକମା ଦେଇ ହଜାର ହଜାର ଟଙ୍କାର ଖାଦ୍ୟ ଖାଇ ଖସି ପଳାଉଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଦୁଇ ଜଣଙ୍କ ବ୍ୟକ୍ତିଙ୍କୁ ଗିରଫ କରିଛି। ଏ ଦୁଇ ଜଣ ସଂପର୍କରେ ବାପ ଓ ପୁଅ। ଏମାନେ ନିଜକୁ କର୍ପୋରେଟ୍ ହାଉସ୍‌ର କର୍ମଚାରୀ ଅବା ବ୍ୟବସାୟୀ ବୋଲି ପରିଚୟ ଦେଉଥିଲେ।

ଏ ବାପ-ପୁଅ ପ୍ରଥମେ ହୋଟେଲ୍‌ରେ ବୁକିଂ କରୁଥିଲେ। ତା’ପରେ ଫୋନ୍ କରି କାର୍ ପଠାଇବାକୁ ହୋଟେଲ୍‌ କର୍ତ୍ତୃପକ୍ଷଙ୍କୁ କହୁଥିଲେ। ହୋଟେଲ୍‌ରେ ଚେକ୍ ଇନ୍ କରିବା ପୂର୍ବରୁ ରେଷ୍ଟୁରାଣ୍ଟ ଯାଇ ଖାଉଥିଲେ। ଖାଇ ସାରିବା ପରେ ବିଲ୍ ପଇଠ ନ କରି କୌଶଳକ୍ରମେ ଖସି ଯାଉଥିଲେ।

ତେବେ ଗତ ଶନିବାର ଏ ଦୁହେଁ ହୋଟେଲ୍ ଭିଭାନ୍ତ ପ୍ରେସିଡେଣ୍ଟକୁ ଖାଇବାକୁ ଯାଇଥିବା ବେଳେ ଫସି ଯାଇଥିଲେ। ହୋଟେଲ୍‌ର କର୍ମଚାରୀ ଠିକ୍ ସମୟରେ ପୁଲିସ୍‌କୁ ଖବର ଦେବାରୁ ଏ ଦୁହେଁ ଜାଲରେ ପଡ଼ିଯାଇଥିଲେ। ପୁଲିସ୍ କହିବା ମୁତାବକ ଏ ବାପ-ପୁଅଙ୍କ ପାଖରେ ବିଲ୍‌ ପଇଠ କରିବା ପାଇଁ ଟଙ୍କା ନଥିଲା।

ଭିଭାନ୍ତ ହୋଟେଲ୍‌ରେ ଏ ବାପ-ପୁଅ ଖାଇ ସାରିବା ପରେ ଜଣେ କର୍ମଚାରୀ ବିନମ୍ରତା ପୂର୍ବକ ସେମାନଙ୍କୁ ବିଲ୍ ପଇଠ କରିବା ପାଇଁ କହିଥିଲେ। କିନ୍ତୁ ଏ ଦୁହେଁ ବିଭିନ୍ନ ପ୍ରକାର ବାହାନା କରିବାରେ ଲାଗିଲେ। ସନ୍ଦେହ ହେବାରୁ ହୋଟେଲ୍ କର୍ମଚାରୀ ପୁଲିସ୍‌କୁ ସୂଚନା ଦେଇଥିଲେ। ତାଜ୍ ହୋଟେଲ୍ସ ପକ୍ଷରୁ ମଧ୍ୟ ଏ ଦୁହିଁଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ତେଣୁ ପୁଲିସ୍ ଉଭୟଙ୍କୁ ଗିରଫ କରିଛି। ଏ ଦୁଇ ଅଭିଯୁକ୍ତ ହେଲେ ମୁହାସ ନାରଲେକର (୫୭) ଓ ସ୍ୱପ୍‌ନୀଲ (୩୨)। ଏମାନେ କାନ୍ଦୀୱଲୀରେ ରହନ୍ତି।

ମିଡିଆ ରିପୋର୍ଟ ମୁତାବକ, ଗତ ଶନିବାର ଏ ଦୁଇ ଜଣ ଭିଭାନ୍ତ ହୋଟେଲ୍‌ରେ ୮,୮୩୧ ଟଙ୍କାର ଖାଦ୍ୟ ଖାଇଥିଲେ।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ ମୁହାସ ଓ ତାଙ୍କ ପୁଅ ସ୍ୱପନୀଲ କୋଲାବା ସ୍ଥିତ ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍‌କୁ ୩୨ ହଜାର ଟଙ୍କାର ଚୂନା ଲଗାଇଥିଲେ।

ପୁଲିସ୍ ଏବେ ଏ ଦୁଇ ଜଣଙ୍କ ଅପରାଧିକ ଇତିହାସର ଖୋଳତାଡ଼ କରୁଛି। ସନ୍ଦେହ କରାଯାଉଛି ଏ ଦୁହେଁ ଅନ୍ୟ ହୋଟେଲ୍‌ରେ ବି ଏମିତି ଠକେଇ କରିଥିବେ।

Related story