ଦୁଇ ଛୁଆକୁ ହତ୍ୟା କରି ବାପର ଆତ୍ମହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଲିମାରବାଗରେ ଜଣେ ବ୍ୟକ୍ତି ନିଜର ଦୁଇ ଛୁଆକୁ ମାରିଦେବା ପରେ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ନାମ ମଧୁର ବୋଲି ଜଣାପଡ଼ିଛି। ପୁଲିସର କହିବା ଅନୁଯାୟୀ, ଆଜି ସକାଳ ୬ଟା ୪୫ରେ ଇଷ୍ଟ ଶାଲିମାର ବାଗ ଅଞ୍ଚଳରେ ପିସିଆରକୁ ଫୋନ୍ ଆସିଥିଲା। ମଧୁର ନାମକ ବ୍ୟକ୍ତି ନିଜର ଦୁଇ ଝିଅ ସମୀକ୍ଷା (୧୪) ଏବଂ ଶ୍ରେୟାନ୍ସ (୬)କୁ ହତ୍ୟା କରି […]

Suicide by killing two children

Subhransu Sekhar
  • Published: Monday, 10 February 2020
  • , Updated: 10 February 2020, 01:21 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଲିମାରବାଗରେ ଜଣେ ବ୍ୟକ୍ତି ନିଜର ଦୁଇ ଛୁଆକୁ ମାରିଦେବା ପରେ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ନାମ ମଧୁର ବୋଲି ଜଣାପଡ଼ିଛି।

ପୁଲିସର କହିବା ଅନୁଯାୟୀ, ଆଜି ସକାଳ ୬ଟା ୪୫ରେ ଇଷ୍ଟ ଶାଲିମାର ବାଗ ଅଞ୍ଚଳରେ ପିସିଆରକୁ ଫୋନ୍ ଆସିଥିଲା। ମଧୁର ନାମକ ବ୍ୟକ୍ତି ନିଜର ଦୁଇ ଝିଅ ସମୀକ୍ଷା (୧୪) ଏବଂ ଶ୍ରେୟାନ୍ସ (୬)କୁ ହତ୍ୟା କରି ଦେଇଛନ୍ତି ବୋଲି ଫୋନରେ ଖବର ଆସିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଝିଅଙ୍କ ମୃତ ଦେହ ଦୁଇଟି ବେଡ ରୁମରୁ ଉଦ୍ଧାର କରିଥିଲା। ଏହି ସମୟରେ ଝିଅର ମା’ ବଜାର ଯାଇଥିଲେ। ଘରକୁ ଫେରିବା ପରେ ତାଙ୍କ ଦୁଇ ଝିଅକୁ ହତ୍ୟା କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ହେଲେ ତାଙ୍କ ସ୍ୱାମୀ ଏହି ସମୟରେ ଫେରାର ଥିଲେ।

ପୁଲିସ ତଦନ୍ତ ଆରମ୍ଭ କରିବାକୁ ଯାଉଥିବା ବେଳେ ମେଟ୍ରୋ ପୁଲିସ ହତ୍ୟାକାରୀ ମଧୁର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ଦେଇଥିଲା। ପୁଲିସ ଏବେ ତିନି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତଦନ୍ତ ବେଳେ ଜଣାପଡ଼ିଛି, ହତ୍ୟାକାରୀ ମଧୁରଙ୍କର ରେଗମାଳରେ ଏକ ଫ୍ୟାକ୍ଚ୍ରି ଥିଲା। ୬ ମାସ ହେବ ଏହି ଫ୍ୟାକ୍ଚ୍ରି ବନ୍ଦ ପଡ଼ିଥିଲା। ଫ୍ୟାକ୍ଚ୍ରି ବନ୍ଦ ହେବା ପରଠାରୁ ସେ ମାନସିକ ଅବସାଦରେ ଥିଲେ। ଅନେକ ଥର ଏହି ମାନସିକ ଅବସାଦରୁ ବର୍ତ୍ତିବା ପାଇଁ ମୋଟିଭେସନାଲ ଭିଡିଓ ଦେଖିଛନ୍ତି। ହେଲେ ନିଜକୁ ଏହି ଅବସାଦରୁ ଦୂରେଇ ରଖି ପାରିନାହାନ୍ତି। ତେବେ ଆତ୍ମହତ୍ୟା ସ୍ଥଳ କିମ୍ୱା ମଧୁର ହତ୍ୟା କରିଥିବା ସ୍ଥାନରେ ସୁଇସାଇଡାଲ ନୋଟ୍ ଦେଖିବାକୁ ମିଳିନାହିଁ। ଏବେ ପୁଲିସ ମୁଧରଙ୍କ ସ୍ତ୍ରୀକୁ ପଚରାଉଚରା କରି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ଘଟଣାର ପ୍ରକୃତ ରହସ୍ୟ ଜାଣିପାରିବ ବୋଲି ଆଶା ରଖିଛି।

Related story