‘ଜୟ ଶ୍ରୀରାମ’ ନାରା ଦେବାରୁ ନୀତୀଶଙ୍କ ଜଣେ ମନ୍ତ୍ରୀଙ୍କ ନାଁରେ ଫତୱା ଜାରି

ବିହାରର ନୀତୀଶ କୁମାରଙ୍କ ସରକାରର ଜଣେ ମନ୍ତ୍ରୀ ଖୁର୍ସିଦ ଅହମଦଙ୍କ ବିରୋଧରେ ଫତୱା ଜାରି ହୋଇଛି। ତାଙ୍କ ବିରୁଦ୍ଧରେ ଏହି ଫତୱା ଶରିୟା ଦ୍ୱାରା ଜାରି କରାଯାଇଛି। ସେ ‘ଜୟ ଶ୍ରୀରାମ’ ନାରା ଲଗାଇଥିବାରୁ ତାଙ୍କ ନାଁରେ ଫତୱା ଜାରି କରାଯାଇଛି। ଫତୱା ଜାରି ହେବା ପରେ ମନ୍ତ୍ରୀ ଖୁର୍ସିଦ ଅହମଦ କହିଛନ୍ତି,“ଭଗବାନ ଜାଣିଛନ୍ତି ‘ଜୟ ଶ୍ରୀରାମ’ ନାରା ଲଗାଇବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା। ମୋ କାମ ମୋର ପରିଚୟ ହେବ। ବିହାରବାସୀଙ୍କ ବିକାଶ ପାଇଁ […]

minister

Rakesh Mallick
  • Published: Sunday, 30 July 2017
  • , Updated: 30 July 2017, 11:08 AM IST

ବିହାରର ନୀତୀଶ କୁମାରଙ୍କ ସରକାରର ଜଣେ ମନ୍ତ୍ରୀ ଖୁର୍ସିଦ ଅହମଦଙ୍କ ବିରୋଧରେ ଫତୱା ଜାରି ହୋଇଛି। ତାଙ୍କ ବିରୁଦ୍ଧରେ ଏହି ଫତୱା ଶରିୟା ଦ୍ୱାରା ଜାରି କରାଯାଇଛି। ସେ ‘ଜୟ ଶ୍ରୀରାମ’ ନାରା ଲଗାଇଥିବାରୁ ତାଙ୍କ ନାଁରେ ଫତୱା ଜାରି କରାଯାଇଛି।

ଫତୱା ଜାରି ହେବା ପରେ ମନ୍ତ୍ରୀ ଖୁର୍ସିଦ ଅହମଦ କହିଛନ୍ତି,“ଭଗବାନ ଜାଣିଛନ୍ତି ‘ଜୟ ଶ୍ରୀରାମ’ ନାରା ଲଗାଇବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା। ମୋ କାମ ମୋର ପରିଚୟ ହେବ। ବିହାରବାସୀଙ୍କ ବିକାଶ ପାଇଁ ମୋତେ ‘ଜୟ ଶ୍ରୀରାମ’ କହିବାକୁ ପଡ଼ିଲେ ମୁଁ କେବେ ବି ପଛକୁ ହଟିବି ନାହିଁ। ବିହାର ପାଇଁ ୧୦୦ ଥର ‘ଜୟ ଶ୍ରୀରାମ’ କହିବି।”

ଇସ୍‌ଲାମ କାହାକୁ ଘୃଣା କରିବା ଶିଖାଏ ନାହିଁ। ଏହା ସବୁବେଳେ ପ୍ରେମର ବାର୍ତ୍ତା ଦିଏ ବୋଲି ସେ କହିଛନ୍ତି।

Related story