ନୂଆଦିଲ୍ଲୀ: ସିଏଏ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିବା ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ୧୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆହତ ହୋଇ ଜାମିଆ ହେଲଥ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଛି ଏବଂ ଏହା ଲାଠିମାଡ଼ କାରଣରୁ ହୋଇଥିବା କୁହାଯାଉଛି।
https://twitter.com/ShaheenBagh_/status/1226793456711782400?s=20
ହେଲଥ ସେଣ୍ଟରରେ ଡାକ୍ତର କହିବା ଅନୁଯାୟୀ, ଏହି ଆଘାତ ଏତେ ଗୁରୁତର ଥିଲା ଯେ ସେମାନଙ୍କୁ ଅଲ୍ ଶିଫା ହସ୍ପିଟାଲ ପଠାଇ ଦିଆଯାଇଛି। ଡାକ୍ତର କହିଛନ୍ତି, ଛାତିରେ ଲାଠିମାଡ଼ ବାଜିଥିବାରୁ କିଛି ଛାତ୍ରୀଙ୍କର ‘ଇଣ୍ଟରନାଲ ଇଞ୍ଜୁରୀ’ ମଧ୍ୟ ହୋଇଛି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଜଣେ ଆହତ ଛାତ୍ରୀ କହିଛନ୍ତି, “ପୁଲିସ୍ ଜୋତାରେ ମୋ ଗୁପ୍ତାଙ୍ଗରେ ମାଡ଼ ମରିଛି। ଜଣେ ମହିଳା ପୁଲିସ୍ ମୋ ବୁର୍ଖା କାଢ଼ି ଲାଠିରେ ମୋ ଗୁପ୍ତାଙ୍ଗକୁ ମାଡ଼ ମାରିଥିଲେ।” ତେବେ ଅଲ ଶିଫା ହସ୍ପିଟାଲ ପକ୍ଷରୁ କୁହାଯାଇଛି, ପ୍ରାୟ ୯ ଜଣ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଛାତ୍ରୀ ଏବଂ ଜଣେ ସ୍ଥାନୀୟ ମହିଳା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'
ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।