ଦିଲ୍ଲୀ ମୁହାଁ ୫୦ ହଜାର ଚାଷୀ, ବଢ଼ିଲା ସରକାରଙ୍କ ଟେନସନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ପ୍ରତ୍ୟାହାର ନକରିବା ଯାଏ ମୋଦି ସରକାରକୁ ତ୍ରାହି ଦେବେନି ଚାଷୀ। କାରଣ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଏବେ ଦିଲ୍ଲୀ ମୁହାଁ ୫୦ ହଜାର ଚାଷୀ। ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର ଚାଷୀ ଦିଲ୍ଲୀ ଆସୁଥିବା ଜଣାପଡ଼ିଛି। ପ୍ରାୟ ୧୨ ଶହ ଟ୍ରାକ୍ଟରେ ଚାଷୀ ମାନେ ଆସୁଥିବା ଜଣାପଡ଼ିଛି। ସାଙ୍ଗରେ ୬ ମାସର ରାସନ ମଧ୍ୟ ଆଣିଛନ୍ତି। ପଞ୍ଜାବ କିସାନ ମଜଦୁର ସଂଘର କମିଟିର ମୁଖ୍ୟ ସତ୍ୟନମ […]

farmer-towards-delhi

Subhransu Sekhar
  • Published: Friday, 11 December 2020
  • , Updated: 11 December 2020, 05:56 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ପ୍ରତ୍ୟାହାର ନକରିବା ଯାଏ ମୋଦି ସରକାରକୁ ତ୍ରାହି ଦେବେନି ଚାଷୀ। କାରଣ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଏବେ ଦିଲ୍ଲୀ ମୁହାଁ ୫୦ ହଜାର ଚାଷୀ। ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର ଚାଷୀ ଦିଲ୍ଲୀ ଆସୁଥିବା ଜଣାପଡ଼ିଛି। ପ୍ରାୟ ୧୨ ଶହ ଟ୍ରାକ୍ଟରେ ଚାଷୀ ମାନେ ଆସୁଥିବା ଜଣାପଡ଼ିଛି। ସାଙ୍ଗରେ ୬ ମାସର ରାସନ ମଧ୍ୟ ଆଣିଛନ୍ତି।

ପଞ୍ଜାବ କିସାନ ମଜଦୁର ସଂଘର କମିଟିର ମୁଖ୍ୟ ସତ୍ୟନମ ସିଂ କହିଛନ୍ତି ଯେ ପଞ୍ଜାବର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୨୦୦ ଟ୍ରଲି ନେଇ ୫୦ ହଜାର ଚାଷୀ ଦିଲ୍ଲୀ ଆସୁଛନ୍ତି। ଏହି ଚାଷୀମାନେ ଫେରୋଜପୁର, ଫାଜିଲ୍କା, ଅବୋହର, ଫରିଦକୋଟ ଏବଂ ଅନ୍ୟାନ୍ୟ ସ୍ଥାନର। ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଷୀମାନେ ତମ୍ବୁ, ପାଲ, ଶୀତ ବସ୍ତ୍ର ଧରି ଆସୁଛନ୍ତି। ଏବେ ସେମାନେ ମୋଗାରେ ପହଞ୍ଚିଛନ୍ତି।

ସତ୍ୟନମ ସିଂହ ପନ୍ନୁ ଆହୁରି କହିଛନ୍ତି ଯେ ଆମେ ଦିଲ୍ଲୀକୁ ମରିବା ପାଇଁ ଆସୁଛୁ। ଆମକୁ କିପରି ହତ୍ୟା କରାଯିବ ସେ ନେଇ ମୋଦି ସରକାର ପ୍ରସ୍ତୁତ ହେବା ଦରକାର। କୌଣସି ପରିସ୍ଥିତିରେ ଆମେ ନିଜ ଜମି ଛାଡିବୁ ନାହିଁ। ସରକାରଙ୍କୁ ଏହି ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ।

ଅନ୍ୟପକ୍ଷରେ, ଚଣ୍ଡିଗଡ଼ର ଏକ ସଂଗଠନ ୧୦ ହଜାରରୁ ଅଧିକ ମାସ୍କ ସହିତ ସିଙ୍ଗୁ ସୀମାରେ ପହଞ୍ଚିଛି। ଏହି ମାସ୍କଗୁଡ଼ିକ ସେଠାରେ ଥିବା ଚାଷୀଙ୍କ ମଧ୍ୟରେ ବଣ୍ଟାଯିବ। ଚାଷୀ ଆନ୍ଦୋଳନ ବେଳେ ସୁସ୍ଥ ରହିବା ଜରୁରୀ। ତେଣୁ ସେ ଏଭଳି କରିଛି ବୋଲି କହିଛି।

Related story