‘ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ପବନ ବିରୋଧରେ ମାମଲା ରୁଜୁ ହେବା ଦରକାର’

ଚେନ୍ନାଇ: ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେ ନେତା ସି ପୋନ୍ନଅୟନ ଗତକାଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ନିକଟରେ ଚେନ୍ନାଇରେ ହୋର୍ଡିଂ ଖସିପଡ଼ି ମୃତ୍ୟୁ ଘଟିଥିଲା ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀ ଶୁଭଶ୍ରୀଙ୍କର। ଏହି ମାମଲାରେ ତାଙ୍କ ସହଯୋଗୀ ଜେୟଗୋପାଲଙ୍କ ବିରୋଧରେ ମାମଲା ରୁଜୁ ହେବା ପରିବର୍ତ୍ତେ ପବନ ବିରୋଧରେ ଏତଲା ଦେବା ଦରକାର। ସେ କହିଛନ୍ତି ହୋର୍ଡିଂ ସମସ୍ତେ ଲଗାଉଛନ୍ତି। କାହାର ଅଘଟଣକୁ ଚିନ୍ତା କରି କେହି ହୋର୍ଡିଂ ଲଗାନ୍ତି ନାହିଁ। […]

23 years techie subhashree

Subhransu Sekhar
  • Published: Sunday, 06 October 2019
  • , Updated: 06 October 2019, 12:26 PM IST

ଚେନ୍ନାଇ: ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେ ନେତା ସି ପୋନ୍ନଅୟନ ଗତକାଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ନିକଟରେ ଚେନ୍ନାଇରେ ହୋର୍ଡିଂ ଖସିପଡ଼ି ମୃତ୍ୟୁ ଘଟିଥିଲା ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀ ଶୁଭଶ୍ରୀଙ୍କର। ଏହି ମାମଲାରେ ତାଙ୍କ ସହଯୋଗୀ ଜେୟଗୋପାଲଙ୍କ ବିରୋଧରେ ମାମଲା ରୁଜୁ ହେବା ପରିବର୍ତ୍ତେ ପବନ ବିରୋଧରେ ଏତଲା ଦେବା ଦରକାର।

[caption id="attachment_443815" align="aligncenter" width="750"] ସି ପୋନ୍ନଅୟନ, ଏଆଇଏଡିଏମକେ ନେତା[/caption]

ସେ କହିଛନ୍ତି ହୋର୍ଡିଂ ସମସ୍ତେ ଲଗାଉଛନ୍ତି। କାହାର ଅଘଟଣକୁ ଚିନ୍ତା କରି କେହି ହୋର୍ଡିଂ ଲଗାନ୍ତି ନାହିଁ। ଏମିତିକି ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ଜେୟଗୋପାଲ ହୋର୍ଡିଂ ଲଗାଇନଥିଲେ ବୋଲି ପୋନ୍ନଅୟନ କହିଛନ୍ତି। ପବନ ଜୋରରେ ବହିବା ଏବଂ ଶୁଭଶ୍ରୀଙ୍କ ଦୁଃଭାର୍ଗକୁ ସେ ଦାୟୀ କରିଛନ୍ତି। ତେଣୁ ତାଙ୍କର ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହେବା ବଦଳରେ ପବନ ବିରୋଧରେ ମାମଲା ରୁଜୁ ହେବା ଦରକାର ବୋଲି ପୋନ୍ନଅୟନ ସାକ୍ଷାତକାର ବେଳେ କହିଛନ୍ତି।

ସୂଚନାଯୋଗ୍ୟ, ଗତମାସ ଶେଷ ସପ୍ତାହରେ ହୋର୍ଡଂ ଖସିପଡ଼ିବାରୁ ନିକଟରେ ଚେନ୍ନାଇରେ ଜଣେ ୨୩ ବର୍ଷୀୟ ଇଂଜିନିୟରିଂ ଛାତ୍ରୀ ଶୁଭଶ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ହୋର୍ଡିଂଟି ଶାସକ ଦଳ ଏଆଇଏଡିଏମକେ ନେତା ଜୟଗୋପାଲ ତାଙ୍କ ଘରର ଏକ କାର୍ଯ୍ୟକ୍ରମ ପାଇଁ ଲଗାଇଥିଲେ। ରାସ୍ତାରେ ଗାଡ଼ି ଚଢ଼ି ଶୁଭଶ୍ରୀ ଯାଉଥିବା ବେଳେ ହୋର୍ଡିଂଟି ତାଙ୍କ ଉପରେ ଖସିପଡ଼ିଥିଲା। ଶେଷରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ହୋର୍ଡିଂ ଲଗାଇଥିବା ଶାସକ ଦଳର ନେତା ଜେୟଗୋପାଲଙ୍କୁ ସେପ୍ଟେମ୍ୱର ୨୭ରେ ଗିରଫ କରିଥିଲା ପୁଲିସ୍।

Related story