ବାହାରେ ମଳତ୍ୟାଗ କରିବାରୁ  ୭୫ ହଜାର ଟଙ୍କା ଜରିମାନା

ରାମ୍ଭଖେଡ଼ି(ମଧ୍ୟପ୍ରଦେଶ): ବାହାରେ ମଳତ୍ୟାଗ କରି ହଟହଟା ।   ଖୋଲାସ୍ଥାନରେ ଶୌଚ କରିବାରୁ ୭୫ ହଜାର ଟଙ୍କା ଜରିମାନା ହୋଇଛି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ରାମ୍ଭଖେଡ଼ି ଗାଁରେ । ଗାଁ ପଞ୍ଚାୟତ ବସି ଏହି ଦଣ୍ଡବିଧାନ ହୋଇଥିଲା। ଏପରିକି ଆହୁରି ୪୩ ଜଣଙ୍କୁ ନୋଟିସ କରିଛି ପଞ୍ଚାୟତ। ସୂଚନା ଅନୁଯାୟୀ ଉକ୍ତ ଗାଁର ଖୋଲାସ୍ଥାନରେ ମଳତ୍ୟାଗ କରିବା  ବାରଣ କରାଯାଥିଲା।  ହେଲେ ଗୋଟିଏ ପରିବାର ପଞ୍ଚାୟତ ନିଷ୍ପତ୍ତିକୁ ଉଲ୍ଲଂଘନ କରିବାରୁ ତାଙ୍କୁ ଏ ସମ୍ପର୍କରେ […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 07:31 PM IST

ରାମ୍ଭଖେଡ଼ି(ମଧ୍ୟପ୍ରଦେଶ): ବାହାରେ ମଳତ୍ୟାଗ କରି ହଟହଟା ।   ଖୋଲାସ୍ଥାନରେ ଶୌଚ କରିବାରୁ ୭୫ ହଜାର ଟଙ୍କା ଜରିମାନା ହୋଇଛି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ରାମ୍ଭଖେଡ଼ି ଗାଁରେ । ଗାଁ ପଞ୍ଚାୟତ ବସି ଏହି ଦଣ୍ଡବିଧାନ ହୋଇଥିଲା। ଏପରିକି ଆହୁରି ୪୩ ଜଣଙ୍କୁ ନୋଟିସ କରିଛି ପଞ୍ଚାୟତ। ସୂଚନା ଅନୁଯାୟୀ ଉକ୍ତ ଗାଁର ଖୋଲାସ୍ଥାନରେ ମଳତ୍ୟାଗ କରିବା  ବାରଣ କରାଯାଥିଲା।  ହେଲେ ଗୋଟିଏ ପରିବାର ପଞ୍ଚାୟତ ନିଷ୍ପତ୍ତିକୁ ଉଲ୍ଲଂଘନ କରିବାରୁ ତାଙ୍କୁ ଏ ସମ୍ପର୍କରେ ବୁଝାଯାଇଥିଲା। ତଥାପି ଖୋଲାସ୍ଥାନରେ ମଳତ୍ୟାଗ କରିବାରୁ ପଞ୍ଚାୟତରେ ବିଚାର ସଭା ବସିଥିଲା। ଆଉ ଗତକାଲି ସେହି ପରିବାର ଉପରେ ୭୫୦୦୦ ଚଙ୍କା ଅର୍ଥ ଦଣ୍ଡ କରାଯାଇଥିଲା।  ଦଶ ଜଣିଆ  ସଦସ୍ୟ ବିଶିଷ୍ଟ ଏହି ପରିବାରକୁ ମାସକ ମଧ୍ୟରେ ଏହି ଅର୍ଥ ପୈଠ କରିବାକୁ ପଡ଼ିବ। ପଞ୍ଚାୟତର ସରପଞ୍ଚ କହିଛନ୍ତି ଯେ ବାରମ୍ବାର ବୁଝାଇବା ପରେ ବି ଏମାନେ ସଚେତନ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ଖୋଲାସ୍ଥାନରେ ମଳତ୍ୟାଗ କରୁଥିବାରୁ ଅହୁରି ୪୩ ଜଣଙ୍କୁ  ନୋଟିସ ଜାରି କରାଯାଇଛି ।

 

Related story