ରିପବ୍ଲିକ୍ ଟିଭିର ହଜାରେ କର୍ମଚାରୀଙ୍କ ନାଁରେ ଏଫଆଇଆର
ମୁମ୍ୱାଇ: ଟିଆରପି ସ୍କାମ୍ ମାମଲାରେ ମୁମ୍ୱାଇ ପୁଲିସ ଏବଂ ରିପବ୍ଲିକ୍ ଟିଭି ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି। ଆଜି ରିପବ୍ଲିକ୍ ଟିଭିର ସମସ୍ତ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି ମୁମ୍ୱାଇ ପୁଲିସ। ଏ ନେଇ ରିପବ୍ଲିକ ଟିଭି ପକ୍ଷରୁ ସୂଚନା ମିଳିଛି। ରିପବ୍ଲିକ୍ ଟିଭି ଏବଂ ରିପବ୍ଲିକ ଭାରତରେ ପାଖାପାଖି ୧୦୦୦ରୁ ଅଧିକ କର୍ମଚାରୀ ରହିଛନ୍ତି।
ଟିଆରପି ମାପୁଥିବା ସଂସ୍ଥା ବାର୍କର ହାଂସା ରିପୋର୍ଟ ସଂପୃକ୍ତ ଟିଭି ଚ୍ୟାନେଲ ପ୍ରକାଶ କରିଥିବାରୁ ମୁମ୍ୱାଇ ପୁଲିସ ଏହି ଏତଲା ଦାଖଲ କରିଥିବା ସୂଚନା ରହିଛି। ହାଂସା ହେଉଛି ସେହି ରିପୋର୍ଟ ଯେଉଁ ଆଧାରରେ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂ ପ୍ରେସ କନଫରେନସ କରି ତିନି ଟିଭି ଚ୍ୟାନେଲ ନାଁରେ ଟିଆରପି ସ୍କାମ୍ ଅଭିଯୋଗ ଆଣିଥିଲେ। ଯେଉଁଥିରେ ରିପବ୍ଲିକ ଟିଭିର ନାଁ ରହିଛି ବୋଲି ସେ କହିଥିଲେ।
ତେବେ ହାଂସାର ମୂଳ ରିପୋର୍ଟରେ ରିପବ୍ଲିକ୍ ଟିଭିର ନାଁ ପରିବର୍ତ୍ତେ ହିନ୍ଦୀ ଚ୍ୟାନେଲ ଆଜତକର ସହଯୋଗୀ ଇଣ୍ଡିଆ ଟୁଡେର ନାଁ ଥିଲା। ଯାହାକୁ କୋର୍ଟରେ ମାନିଛନ୍ତି ମହାରାଷ୍ଟ୍ର ସରକାର। କୋର୍ଟରେ ସରକାରଙ୍କ ଓକିଲ କପିଲ ଶୀବଲ କହିଥିଲେ ଯେ ଏଫଆଇଆରରେ ରିପବ୍ଲିକ୍ ଟିଭିର ନାଁ ନାହିଁ। ହେଲେ ପୁଲିସ କମିଶନର ପ୍ରେସ କନଫରେନସ କରି କହିଥିଲେ ରିପବ୍ଲିକ୍ ଟିଭି ନାଁ ରହିଛି।
#BREAKING on #RepublicWitchhunt | SHOCKING: FIR filed against the entire editorial staff of Republic Media Network.
Tune in to watch Arnab LIVE here – https://t.co/rGQJsiKgt2 pic.twitter.com/EAY2okBlQq
— Republic (@republic) October 23, 2020
ଅନ୍ୟପଟେ ହାଂସା ରିପୋର୍ଟ ପ୍ରସାରଣ କରିବା ଉପରେ ରୋକ୍ ଲଗାଇବା ପାଇଁ ମୁମ୍ୱାଇର ସିଟି ସିଭିଲ୍ କୋର୍ଟରେ ଆବେଦନ ହୋଇଥିଲା। ଯେଉଁଥିରେ କୋର୍ଟ ହାଂସା ରିପୋର୍ଟ ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି।
ସେହିପରି ମୁମ୍ୱାଇ ପୁଲିସ ୧୨ ଘଣ୍ଟା ମଧ୍ୟରେ ଟିଭି ଚ୍ୟାନେଲର କ୍ୟାମେରା, ରଙ୍ଗ, ଟଏଲଟ ସାମଗ୍ରୀର ହିସାବ ୧୨ ଘଣ୍ଟା ମଧ୍ୟରେ ଦେବାକୁ କହିଥିବା ରିପବ୍ଲିକ୍ ଟିଭି ପକ୍ଷରୁ ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।